ପତ୍ନୀଙ୍କ ସହିତ ଫେରାର ଯୁବକଙ୍କ ଗଣ୍ଡି ମୁଣ୍ଡ ଅଲଗା କଲେ ସ୍ୱାମୀ

ଭଦୋଦରା: ଗୁଜୁରାଟର ଭଦୋଦରା ନିକଟସ୍ଥ ଛୋଟେ ଉଦୟପୁର ଥାନା ଅନ୍ତର୍ଗତ ଡୋଲାରିଆ ଗାଁରେ ଜଣେ ୨୦ ବର୍ଷର ଯୁବକଙ୍କୁ ହାଣି ଗଣ୍ଡିିମୁଣ୍ଡ ଅଲଗା କରି ହତ୍ୟା କରାଯାଇଛି। ମାଲିକଙ୍କ ପତ୍ନୀଙ୍କୁ ନେଇ ପଳାଇ ଯାଇଥିିବା ଏହି ଯୁବକଙ୍କୁ ହତ୍ୟା ପରେ ମାଟିରେ ପୋତି ଦିଆଯାଇଥିଲା। ତେବେ ଗତ କାଲି ମାଟି ତଳୁ ତାଙ୍କ ମୃତଦେହ ଉଦ୍ଧାର ହେବା ପରେ ଘଟଣା ପଦାକୁ ଆସିଛି।


ପୁଲିସ ସୂତ୍ରରୁ ପ୍ରକାଶ ଯେ, ରେସିଂଙ୍ଗ ଧନୁକ(୨୦ ବର୍ଷ) ନାମକ ଜଣେ ଯୁବକ ତେରିଆ ରଥଓ୍ଵା ନାମକ ଜଣେ ବ୍ୟକ୍ତିଙ୍କ ଫାର୍ମ ହାଉସରେ ଶ୍ରମିକ ଭାବେ କାର୍ଯ୍ୟ କରେ। ତେବେ କିଛି ଦିନ ମଧ୍ୟରେ ଧନୁକ ସହିତ ରଥଓ୍ଵାଙ୍କ ପତ୍ନୀଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦୀପାବଳି ସମୟରେ ଧନୁକ ଶ୍ରୀ ରଥଓ୍ଵାଙ୍କ ପତ୍ନୀଙ୍କୁ ନେଇ ଘରୁ ଲୁଚି ପଳାଇ ଯାଇଥିଲା। ଘଟଣାର ୧ ମାସ ପରେ ଧନୁକ ଗାଁକୁ ଫେରିଥିଲା ତେବେ ଏହି ଘଟଣା ନେଇ ଭୟଭୀତ ଧନୁକ ଅନ୍ୟ ଜିଲ୍ଲାକୁ ଯାଇ କାମ କରୁଥିଲା। କିନ୍ତୁ ଏହି ଘଟଣାରେ ରଥଓ୍ଵା ପ୍ରତିଶୋଧପରାୟଣ ହୋଇ ଉଠିଥିଲା। ପ୍ରାୟ ଧନୁକଙ୍କ ଘରକୁ ଯାଇ ସେ କେବେ ଫେରିବ ବୋଲି ପଚାରୁଥିଲେ। ନିକଟରେ ଧନୁକ ଗାଁକୁ ଫେରିଥିଲେ। ଗତ ୬ ତାରିଖ ରାତିରେ ଧନୁକ ଖାଇ ସାରିବା ପରେ ଏକ ଫୋନ କଲ ପଶି ବାହାରକୁ ଯାଇଥିଲେ ଓ ସେହି ସମୟରୁ ସେ ନିଖୋଜ ଥିଲେ । ଗତ କାଲି ନାରଣ ରଥଓ୍ଵା ନାମକ ଜଣେ ବ୍ୟକ୍ତି ପରିସ୍ରା କରିବାକୁ ଯାଇଥିିବା ବେଳେ ମାଟି ତଳୁ ଜଣେ ବ୍ୟକ୍ତିଙ୍କ ଗୋଟିଏ ଗୋଡ଼ ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ଏ ନେଇ ନାରଣ ସରପଞ୍ଚଙ୍କୁ ଖବର ଦେଇଥିଲେ। ସରପଞ୍ଚ ଓ ପୁଲିସ ଆସି ଘଟଣାସ୍ଥଳରେ ପହଞ୍ଚି ମୃତଦେହ ମାଟି ତଳୁ ଖୋଳି ବାହାର କରଥିଲେ। ତେବେ ମୃତଦେହଟି କବନ୍ଧ ଥିଲା। ଏହାର ମୁଣ୍ଡ ନ ଥିଲା। ତେବେ ଘଟଣାସ୍ଥଳ ଠାରୁ ଅଳ୍ପ ଦୂରରେ ଏକ କୁକୁର ମାଟି ତଳୁ କଣ ଟାଣୁଥିବା ଦେଖି ସେ ସ୍ଥାନ ଖୋଳିବାରୁ ସେଠାରୁ ମୁଣ୍ଡଟି ମିଳିଥିଲା। ମୁଣ୍ଡ ମିଳିବା ପରେ ଏହା ରେସିଙ୍ଗ ଧନୁକର ବୋଲି ତାଙ୍କ ମାଆ ଖୁମ୍‌ଳି ଧନୁକ ଚିହ୍ନଟ କରିଥିଲେ। ଏହି ଘଟଣା ନେଇ ଖୁମଳି ତେରିୟା ରଥଓ୍ଵା ତାଙ୍କ ପୁଅକୁ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଶ୍ରୀ ରଥଓ୍ଵାକୁ ଗିାଫ କରିଥିଲା। ଗିରଫ ପରେ ଶ୍ରୀ ରଥଓ୍ଵା ପୁଲିସକୁ କହିଥିଲେ ଯେ ଧନୁକ ତାଙ୍କ ପତ୍ନୀଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିବାରୁ ସେ ତାଙ୍କର ଜଣେ ସହଯୋଗୀ ପଲବ ରଥଓ୍ଵାଙ୍କ ସହିତ ମିଶି ଧନୁକଙ୍କୁ ହାଣି ଗଣ୍ଡିମୁଣ୍ଡ ଅଲଗା କରି ପୋତି ଦେଇଥିଲେ।

ସମ୍ବନ୍ଧିତ ଖବର