ଇଣ୍ଟରନେଟ୍‌ରୁ ଆତ୍ମହତ୍ୟା କରିବାର ବିଭିନ୍ନ ପ୍ରକାରର ଉପାୟ ଦେଖିବା ପରେ ଆତ୍ମହତ୍ୟା କଲେ ନର୍ସ

ଜୋଧପୁର : ଶନିବାର ଜୋଧପୁରରେ ଥିବା ଏମ୍ସ ହସ୍ପିଟାଲର ଜଣେ ନର୍ସ ଆତ୍ମହତ୍ୟା କରି ନେଇଥିବା ସୂଚନା ମିଳିଛି । ପୀଡ଼ିତାଙ୍କ ନାଁ ପିନୋସ ଥିବା ବେଳେ ସେ ମାସେ ପୂର୍ବରୁ କେରଳରେ ଥିବା ନିଜ ଘରକୁ ଯାଇ ଫେରିଥିଲେ । ଆତ୍ମହତ୍ୟା ପୂର୍ବରୁ ସେ ନିଜ ମୋବାଇଲରେ ବିଭିନ୍ନ ଉପାୟ ଦେଖିବା ସହ ସେଥିରୁ କିପରି ମଣିଷ ବଞ୍ଚି ନ ପାରିବ, ତାହା ମଧ୍ୟ ଦେଖିଥିଲେ । ତେବେ ପିନୋସ କ’ଣ ପାଇଁ ଏତେ ବଡ଼ ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇ ନାହିଁ ।

The PinkCity Post

ସୂଚନା ମୁତାବକ, ପିନୋସଙ୍କ ମା’ଙ୍କ ଦେହାନ୍ତ ହୋଇ ଯାଇଥିବା ବେଳେ ଘରେ କେବଳ ତାଙ୍କ ବାପା ଏବଂ ଦିବ୍ୟାଙ୍ଗ ଭାଇ ରୁହନ୍ତି । ମାସେ ପୂର୍ବରୁ ଘରୁ ଯାଇ ଆସିବା ପରେ ପିନୋସ ଅବସାଦଗ୍ରସ୍ତ ରହିବାକୁ ଲାଗିଥିଲେ । ଶନିବାର ଡ଼ାକ୍ତରଖାନାର ଷ୍ଟୋର ରୁମ୍‌କୁ ଯାଇ ପଛ ପଟୁ କବାଟ ଦେବା ସହ କିରୋସିନ ଢ଼ାଳି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । ନିଆଁ ଲାଗିଥିବା ଦେଖି ସିକ୍ୟୁରିଟି ଗାର୍ଡ ତୁରନ୍ତ ଏମ୍ସର ଅଗ୍ନିଶମ କର୍ମଚାରୀଙ୍କୁ ଡ଼ାକି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେତେବେଳକୁ ପିନୋସଙ୍କ ମୃତ୍ୟୁ ହୋଇ ସାରିଥିଲା । ତାଙ୍କ ପାଖରେ ଥିବା ମୋବାଇଲରୁ ସେ ଆତ୍ମହତ୍ୟା ପୂର୍ବରୁ ଇଣ୍ଟରନେଟ୍‌ରେ ବିଭିନ୍ନ ଉପାୟ ଦେଖିଥିବା ସାମ୍ନାକୁ ଆସିଥିଲା । ଏ ନେଇ ଖବର ଦିଆଯିବା ପରେ ଆତ୍ମହତ୍ୟାର କାରଣ ଖୋଜିବାରେ ଲାଗି ପଡ଼ିଛି ପୁଲିସ ।

ସମ୍ବନ୍ଧିତ ଖବର