ସ୍ୱାମୀ ସମୟ ଦେଉ ନଥିବାରୁ ପଡ଼ୋଶୀ ଯୁବକଙ୍କ ସହ ଶାରୀରିକ ସଂପର୍କ ରଖିଲେ ମହିଳା, ସ୍ୱାମୀ ରାସ୍ତାର କଣ୍ଟା ସାଜିବାରୁ ହଟାଇବା ପାଇଁ ଏଭଳି କାମ କଲା ପ୍ରେମିକ

ଲୁଧିଆନା: ଲୁଧିଆନାରେ ଘଟିଛି ଏକ ଅଭାବନୀୟ ଘଟଣା । ପଡ଼ୋଶୀ ମହିଳାଙ୍କ ପ୍ରେମରେ ଅନ୍ଧ ହୋଇ ଜଣେ ୨୪ବର୍ଷୀୟ ଇଞ୍ଜିନିୟର ଯେଉଁ ଅପରାଧ କରିଛନ୍ତି ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସ୍ୱାମୀ ସମୟ ଦେଉ ନଥିବାରୁ ସ୍ତ୍ରୀ ପଡ଼ୋଶୀ ଯୁବକଙ୍କ ସହ ଶାରୀରିକ ସଂପର୍କ ରଖିବା ଆରମ୍ଭ କରିଥିଲେ । ଏ ବିଷୟରେ ସ୍ୱାମୀ ଜାଣିବା ପରେ ସ୍ତ୍ରୀକୁ ମାଡ଼ ମାରୁଥିବା ଦେଖି ରାସ୍ତାରୁ ତାଙ୍କୁ ହଟାଇବାର ଯୋଜନା କରିଥିଲା ପ୍ରେମିକ । ଯାହା ପରେ ନୂଆ ବର୍ଷ ଦିନ ଅଭିଯୁକ୍ତ ପୀଡ଼ିତଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲା । ଗୁରୁତର ଅବସ୍ଥାରେ ପୀଡ଼ିତଙ୍କୁ ଡ଼ାକ୍ତରଖାନା ନିଆ ଯାଇଥିବା ବେଳେ ଏବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ଦୀପେଶ ପେଶାରେ ଜଣେ ମେଡିସିନ୍‌ ରିପ୍ରେଜେଣ୍ଟଟେଟିଭ୍‌ ହୋଇଥିବା ବେଳେ ଅଭିଯୁକ୍ତ ଅରୁଣ ପେଶାରେ ଜଣେ ଜଣେ ଇଞ୍ଚିନିୟର ବୋଲି ଜଣା ପଡ଼ିଛି । ଦୀପେଶ ପ୍ରାୟ କାମରେ ବାହାରେ ରହୁଥିବାରୁ ତାଙ୍କ ପତ୍ନୀ ଘରେ ଏକା ରହୁଥିଲେ । ଉପଯୁକ୍ତ ସମୟ ଦୀପେଶ ଦେଇ ପାରୁ ନଥିବାରୁ ତାଙ୍କ ପତ୍ନୀ ପଡ଼ୋଶୀ ଘରେ ରହୁଥିବା ଅରୁଣଙ୍କ ସହ କଥା ହେବା ଆରମ୍ଭ କରିଥିଲେ । ହ୍ଵାଟସ୍‌ଆପ୍‌ରେ କଥା ହେଉ ହେଉ କଥା ଶୋଇବା ଘର ପର୍ଯ୍ୟନ୍ତ ପହଞ୍ଚିଥିଲା । ଦୁହେଁ ଦୀପେଶଙ୍କ ଅନୁପସ୍ଥିତିରେ ଶାରୀରିକ ସଂପର୍କ ରଖିବାକୁ ଲାଗିଲେ । କିନ୍ତୁ ଦିନେ ଦୀପେଶଙ୍କୁ ସବୁ ଜଣା ପଡ଼ିବା ପରେ ସେ ନିଜ ପତ୍ନୀଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ ।

DNA India

ଦୀପେଶଙ୍କ ଏପରି କାମରେ ରାଗି ଯାଇ ଅରୁଣ ତାଙ୍କୁ ମାରିବାର ଯୋଜନା କରିଥିଲେ । ପରେ ଡ଼ିସେମ୍ବର ୩୧ରେ ଦୀପେଶ ନୂଆବର୍ଷ ପାଳନ କରି ଫେରୁଥିବା ବେଳେ ଅରୁଣ ତାଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ । ଏହି ଘଟଣାର ଖବର ପାଇ ପୁଲିସ ଦୀପେଶଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ରହିଛି । ଅନ୍ୟ ପକ୍ଷରେ ତଦନ୍ତ ପରେ ଅରୁଣ ଦୋଷୀ ବୋଲି ଜାଣି ପୁଲିସ ଅରୁଣଙ୍କୁ ଗିରଫ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର