ଫେସ୍‌ବୁକ୍‌ରେ ନାବାଳିକାଙ୍କ ନିଲାମ ଲାଗି ବାହାରିଲା ବିଜ୍ଞାପନ, ପୋଷ୍ଟ ହଟାଇବା ବେଳକୁ ସରି ଯାଇଥିଲା ନିଲାମ

ନୂଆଦିଲ୍ଲୀ : ସୋସିଆଲ ମିଡ଼ିଆକୁ ଏକ ଭଲ ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା ବେଳେ ଏହାକୁ ଭୁଲ ବାଟରେ ନେବାକୁ ଲାଗିଛନ୍ତି ଲୋକେ । ଆଫ୍ରିକୀୟ ଦେଶ ଦକ୍ଷିଣ ସୁଦାନରେ ଏହାକୁ ବାଲ୍ୟ ବିବାହ କରିବା ପାଇଁ ଏକ ମାଧ୍ୟମ ହିସାବରେ ବ୍ୟବହାର କରାଯାଉଥିବା ଜଣାପଡ଼ିଛି ।

ଦକ୍ଷିଣ ସୁଦାନରେ ଜଣେ ନାବାଳିକାକୁ ଫେସ୍‌ବୁକ୍‌ ସାହାଯ୍ୟରେ ନିଲାମ କରାଯାଇଥିବା ଭଳି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଫଟୋ ସହ କିଏ ବିବାହ କରିବାକୁ ଚାହୁଁଛ ବୋଲି ଏକ ବିଜ୍ଞାପନ ଫେସ୍‌ବୁକ୍‌ରେ ପୋଷ୍ଟ କରାଯାଇଥିଲା । ଅକ୍ଟୋବର ୨୫ରେ ଏହି ପୋଷ୍ଟ କରାଯାଇଥିବା ବେଳେ ନଭେମ୍ବର ୯ରେ ଫେସ୍‌ବୁକ୍‌ ତରଫରୁ ଏହି ପୋଷ୍ଟକୁ ହଟାଇ ଦିଆଯାଇଥିଲା । କିନ୍ତୁ ସେତେବେଳକୁ ସବୁ କିଛି ସରି ଯାଇଥିଲା । ଫେସ୍‌ବୁକ୍‌ ପୋଷ୍ଟ ହଟାଇବା ବେଳକୁ ପୀଡ଼ିତାଙ୍କ ବିବାହ ହୋଇ ସାରିଥିଲା । ସବୁ ଜାଣିବା ପରେ ଯେଉଁ ଆକାଉଣ୍ଟରୁ ନିଲାମର ପୋଷ୍ଟ କରାଯାଇଥିଲା ସେହି ଆକାଉଣ୍ଟକୁ ଅଚଳ କରି ଦିଆଯାଇଥିବା ଫେସ୍‌ବୁକ୍‌ ତରଫରୁ କୁହାଯାଇଛି । ତେବେ ଏହି ପୋଷ୍ଟ ପୀଡ଼ିତାଙ୍କ ପରିବାର ଲୋକେ କରି ନଥିବା ସ୍ପଷ୍ଟ ହୋଇଛି ।

Independent.ie

ସୂଚନା ମୁତାବକ, ସୁଦାନରେ ପ୍ରତିବର୍ଷ ୫୨ପ୍ରତିଶତ ନାବାଳିକାଙ୍କ ଅନିଚ୍ଛା ସତ୍ତ୍ୱେ ବାଲ୍ୟ ବିବାହ କରିବାକୁ ପଡ଼ିଥାଏ। ସେଠାରେ ସୋସିଆଲ ମିଡ଼ିଆକୁ ମାଧ୍ୟମ କରି ଲୋକମାନେ ନାବାଳିକାକୁ ତାଙ୍କ ଇଚ୍ଛା ବିରୋଧରେ ନିଲାମ କରିଥାନ୍ତି ।

ସମ୍ବନ୍ଧିତ ଖବର