ଦକ୍ଷିଣ କୋଲକାତାରୁ ମିଳିଥିବା ମୃତଦେହ ନବଜାତକଙ୍କର ନୁହେଁ: ଡାକ୍ତର

କୋଲକାତା: ଦକ୍ଷିଣ କୋଲକାତାର ବିଭିନ୍ନ ଅଞ୍ଚଳରୁ ସୋମବାର ୧୪ ଜଣ ନବଜାତକଙ୍କ ମୃତଦେହ ଉଦ୍ଧାର ହୋଇଥିଲା ବୋଲି ସୂଚନା ରହିଥିଲା। ମାତ୍ର ମୃତଦେହଗୁଡ଼ିକ ନବଜାତକଙ୍କର ନୁହେଁ ବୋଲି ଡାକ୍ତର ସୂଚନା ଦେଇଛନ୍ତି। ମୃତ ଶରୀରଗୁଡ଼ିକ ଡାକ୍ତରଖାନାରେ ବିଭିନ୍ନ କାରଣ ନେଇ ମୃତ୍ୟୁ ଘଟୁଥିବା ଶିଶୁଙ୍କର ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହା ‘ହସ୍ପିଟାଲ୍ ବର୍ଜ୍ୟ’ ବୋଲି କୁହାଯାଇଛି।

ଦକ୍ଷିଣ କୋଲକାତାର ବିଭିନ୍ନ ଅଞ୍ଚଳରୁ ସୋମବାର ମୃତଦେହ ଉଦ୍ଧାର ହୋଇଥିଲା। ରବିବାର ସ୍ଥାନୀୟ ଅଞ୍ଚଳରେ ସଫେଇ କାର୍ଯ୍ୟ କରାଯାଉଥିବା ବେଳେ ଏହି ମୃତଦେହ ମିଳିଥିଲା। ହରିଦେବପୁର ଅଞ୍ଚଳରୁ ମୃତଦେହଗୁଡ଼ିକ ପ୍ଲାଷ୍ଟିକ୍‌ରେ ଗୁଡ଼ା ହୋଇ ପଡ଼ିଥିବା ଅବସ୍ଥାରେ କୋଲକାତା ପୁଲିସ୍‌ ଉଦ୍ଧାର କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ସଫେଇ କାର୍ଯ୍ୟ କରୁଥିବା ଶ୍ରମିକମାନେ ପ୍ରଥମେ ନବଜାତଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ନିକଟସ୍ଥ କୌଣସି ଅଞ୍ଚଳରେ ଏକ ଗର୍ଭପାତ ର‍୍ୟାକେଟ୍‌ ଚାଲୁଥାଇ ପାରେ ବୋଲି ପୁଲିସ୍‌ ସନ୍ଦେହ ମଧ୍ୟ କରିଥିଲା। ଏହି ଘଟଣାର ତନ୍ନାଘନା କରିବା ପାଇଁ ସହରର ମେୟର ଓ ପୁଲିସ୍‌  କମିସନର ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଘଟଣାକୁ ନେଇ ତଦନ୍ତ ଏବେ ଆହୁରି ଜୋର୍‌ ଧରିଛି।

ସମ୍ବନ୍ଧିତ ଖବର