ଅନ୍‌ଲାଇନ୍‌ ଖାଇବା ଅର୍ଡର କରି ଡେଲିଭରୀ ବଏଙ୍କୁ ଲୁଟୁଥିଲେ ଦିଲ୍ଲୀର କିଛି ଯୁବକ,ଜାଣନ୍ତୁ ଅଭିଯୁକ୍ତଙ୍କୁ କେମିତି ମିଳିଥିଲା ଏଭଳି ଅପରାଧର ଆଇଡିଆ

ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସ ଡ଼େଲିଭରୀ ବଏଙ୍କୁ ଲୁଟୁଥିବା କିଛି ଯୁବକଙ୍କୁ ଗିରଫ କରିଛି । କିଛି ମାସ ହେଲା ଏହି ଯୁବକମାନେ ଅନ୍‌ଲାଇନ୍‌ରୁ ଖାଇବା ଅର୍ଡ଼ର କରିବା ସହ ଡ଼େଲିଭରୀ ବଏକୁ ଲୁଟୁଥିଲେ । ମାଗଣା ଖାଇବା ନେବା ସହ ଡ଼େଲିଭରୀ ବଏ ପାଖରେ ଥିବା ଟଙ୍କା ଏବଂ ତା’ର ଗାଡ଼ି ଛଡ଼ାଇ ନେଉଥିଲେ । ପ୍ରତିବାଦ କରିବାରୁ ହତ୍ୟା ଧମକ ଦେଇ ଅଭିଯୁକ୍ତମାନେ ଡ଼େଲିଭରୀ ବଏମାନଙ୍କ ସେଠାରୁ ଚୁପ୍‌ଚାପ୍‌ ଯିବା ପାଇଁ କହୁଥିଲେ । ପୁଲିସ ଏବେ ଗ୍ୟାଙ୍ଗର ୩ ଜଣ ସଦସ୍ୟଙ୍କୁ ଗିରଫ କରିଥିବା ବେଳେ ସେମାନେ ନିଜର ଦୋଷ ସ୍ୱୀକାର କରିଥିବା ଜଣାପଡ଼ିଛି ।

oneindia.com

ପୁଲିସ ଦେଇଥିବା ସୂଚନା ମୁତାବକ, ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ପୂର୍ବରୁ ଡ଼େଲିଭରୀ ବଏ ଭାବରେ କାମ କରୁଥିଲେ । ଯେଉଁଠୁ ସେମାନଙ୍କ ମୁଣ୍ଡକୁ ଏଭଳି ଅପରାଧ କରିବାର ଚିନ୍ତାଧାରା ଆସିଥିଲା । କାମ ଛାଡ଼ିବା ପରେ ଶୀଘ୍ର ବଡ଼ ଲୋକ ହେବା ନିଶାରେ ଦୁଇ ଜଣ ଏଭଳି କାମ କରିବା କଥା ଚିନ୍ତା କରିଥିଲେ । ଗିରଫ ହେବା ପରେ ସେମାନଙ୍କ ଠାରୁ ୫ଟି ଡ଼େଲିଭରୀ ବ୍ୟାଗ୍‌,କ୍ରେଡ଼ିଟ୍‌ କାର୍ଡ଼, ସ୍ୱାଇପ୍‌ ମସିନ୍‌,୩ଟି ମୋବାଇଲ ଫୋନ ଏବଂ ଗୋଟେ ମୋଟର ସାଇକେଲ ପୁଲିସ ଜବତ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର