ପୁରୁଣା ଭୁବନେଶ୍ୱର: ବିଜେବି ନଗର ଲିଟିଲ୍ ପ୍ଲେ ସ୍କୁଲରୁ ଲୁଟ୍ କରିବା ଅଭିଯୋଗରେ ବଡ଼ଗଡ଼ ଥାନା ପୁଲିସ ଦୁଇ ଜଣ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ, ବଡ଼ଗଡ଼ ଥାନା ଅଧୀନ ମଇଁଷିଆ ଖାଲ ବସ୍ତିର ଅର୍ଜୁନ ବେହେରା (୧୯) ଓ ଲକ୍ଷ୍ମୀଧର ସାହୁ (୨୦)। ପୁଲିସ ସୂଚନା ଅନୁଯାୟୀ, ବୁଧବାର ରାତିରେ ଝରକା ତାଡ଼ି ସ୍କୁଲରେ ଲାଗିଥିବା ୨ଟି ସିସିଟିଭି କ୍ୟାମେରା, ଗୋଟିଏ ଏଲ୍ଇଡି ଟିଭି, ଏକ ଷ୍ଟାଣ୍ଡ୍ ଫ୍ୟାନ୍ ଓ ଅନ୍ୟାନ୍ୟ ଉପକରଣ ଚୋରି କରିଥିଲେ। ଏନେଇ ସ୍କୁଲ କର୍ତୃପକ୍ଷ ଏତଲା ଦେବା ପରେ ପୁଲିସ ସେମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।