ଟିଟୋ ଲିଙ୍କ୍‌ରେ ସବ୍‌ରେଜିଷ୍ଟର୍‌ ,ତହସିଲ୍‌, ଆର୍‌ଟିଓ, ଯୋଗାଣ ବିଭାଗ ଓ କେନ୍ଦ୍ରାପଡ଼ା ମୁନିସିପାଲିଟିରେ ଭିଜିଲାନ୍ସ ଚଢ଼ାଉ

ତଦନ୍ତଙ୍କୁ ଅନ୍ୟ ଆଡ଼େ ନେବାକୁ ଏହା ସରକାରଙ୍କ ଚକ୍ରାନ୍ତ ବୋଲି କହିଲା ବିଜେପି

କେନ୍ଦ୍ରାପଡ଼ା: ଗ୍ୟାଙ୍ଗଷ୍ଟର ଟିଟୋକୁ ବୁଧବାର ଟେଣ୍ଡର ଫିକ୍ସିଂ ମାମଲାରେ ଏସଟିଏଫ ପକ୍ଷରୁ ରାଜଗନର ଜେଏମଏଫସିଙ୍କ କୋର୍ଟରେ ହାଜର କରାଯାଇଛି। ଟିଟୋ ଲିଙ୍କ୍‌ରେ ଭିଜିଲାନ୍ସ କେନ୍ଦ୍ରାପଡ଼ା ସବ୍‌ ରେଜିଷ୍ଟର୍‌ ଅଫିସ୍‌, ଡେରାବିସ୍‌ ତହସିଲ୍‌, ଗର୍ଦପୁର ତହସିଲ୍‌, ଆର୍‌ଟିଓ ଅଫିସ୍‌, ଯୋଗାଣ ବିଭାଗ ଅଫିସ୍‌, କେନ୍ଦ୍ରାପଡ଼ା ମୁନିସିପାଲିଟି ଅଫିସ୍‌ ଆଦିରେ ଚଢ଼ଉ କାର୍ଯ୍ୟ ଆରମ୍ଭ କରିଛି। ୭୦ ଲକ୍ଷ ଟଙ୍କା ଫୌଜଦାରୀ ଅଭିଯୋଗରେ ଟିଟୋ ବିରୋଧରେ ମାମଲା ରୁଜୁ ହୋଇଥିଲା।

ଭିଜିଲାନ୍ସ ଚଢ଼ାଉ ତୀବ୍ର ସମାଲୋଚନା କରିଛି ବିଜେପି। ବିଜେପିର ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହନ୍ତି କି ‘ତଦନ୍ତକୁ ଅନ୍ୟ ଆଡ଼େ ନେବାକୁ ସରକାର ଏପରି ଚାଲାକି କରିଛନ୍ତି। କାହିଁକି ନା, ସରକାରଙ୍କୁ ଜଣା ଯେ ଯଦି ଏହି ମାମଲାର ତଦନ୍ତ କ୍ରାଇମ୍‌ବ୍ରାଞ୍ଚ କରିଥାନ୍ତା ତେବେ ବହୁ ବଡ଼ ବଡ଼ ଲୋକ ଧରା ପଡ଼ିବା ଏକ ରକମର ସ୍ଥିର ଥିଲା। ଫୌଜଦାରୀ ମାମଲାରେ ଭିଜିଲାନ୍ସର କୌଣସି କାମ ନାହିଁ ଜାଣିବା ପରେ ବି ସରକାର ଏହି ଦାୟିତ୍ୱ ଭିଜିଲାନ୍ସ ହାତରେ ଦେଇଛନ୍ତି।

ଉଲ୍ଳେଖଯୋଗ୍ୟ, ଟେଣ୍ଡର ଫିକ୍ସିଂ ମାମଲାରେ ଟିଟୋ ଓ ତାର ସହଯୋଗୀମାନଙ୍କ ବିରୋଧରେ ଏସଟିଏଫ ଏକ ମାମଲା ରୁଜୁ କରିବା ସହିତ ଗତ ୧୮ତାରିଖ ଦିନ ଟିଟୋର ୪ ଜଣ ସହଯୋଗୀଙ୍କୁ କଟକରୁ ଗିରଫ କରିଥିଲା ଏସଟିଏଫ। ବିଶେଷ କରି ରାଜଗନର ଅଞ୍ଚଳରେ ଡ୍ରେନେଜ୍‌ ବିଭାଗର ୭ କୋଟି ଟଙ୍କାର ଏକ ଠିକା କାମରେ ରାଜନଗରର ବୁଢ଼ା ଲେଙ୍କା ନାମକ ଜଣେ ଠିକାଦାରଙ୍କ ଠାରୁ ଟିଟୋ ଓ ତାର ସହଯୋଗୀମାନେ ୭୦ଲକ୍ଷ ଟଙ୍କା ଦାଦାବଟି ମାଗି ଧମକଚମକ ଦେଉଥିବା ନେଇ ଏସଟିଏଫ ନିକଟରେ ଅଭିଯୋଗ ହୋଇଥିିଲା ଏହି ଘଟଣାରେ ଗିରଫ ହୋଇଥିବା ଟିଟୋର ୪ ଜଣ ସହଯୋଗୀଙ୍କ ଜାମିନ ଆବେଦନକୁ ରାଜନଗର ଜେଏମଏଫସି ଖାରଜ କରି ଦେଇଥିଲେ। ଅଭିଯୁକ୍ତମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏ ପରିପ୍ରେକ୍ଷୀରେ ଟେଣ୍ଡର ଫିକ୍ସିଂର ମାଷ୍ଟର ମାଇଣ୍ଡ କୁହାଯାଉଥିିବା ଟିଟୋକୁ ଆଜି କୋର୍ଟରେ ହାଜର କରାଯାଇଛିି।

ସମ୍ବନ୍ଧିତ ଖବର