୮ମାସ ଧରି ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହୋଇଥିବା ନାବାଳିକାଙ୍କ ଶିଶୁ କନ୍ୟା ଜନ୍ମ ପରେ ଆଖି ବୁଜିଲା

ରାଜକୋଟ : ରାଜସ୍ଥାନର ରାଜକୋଟରେ ଘଟିଛି ଏକ ଦୁଃଖଦ ଘଟଣା । ୬ ଜଣ ଅଭିଯୁକ୍ତଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ଜନ୍ମ ଦେଇଥିବା ଶିଶୁ କନ୍ୟାର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି । ମାସେ ପୂର୍ବରୁ ପୀଡ଼ିତା ଜଣକ ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ବେଳେ ଶିଶୁଟିର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଯାଇଥିଲା । ଜନ୍ମ ଦେବା ପରେ ପୀଡ଼ିତାଙ୍କ ପରିବାର ଲୋକେ ଶିଶୁକୁ ଗ୍ରହଣ ନ କରିବାରୁ ତାକୁ ଅନାଥ ଆଶ୍ରମକୁ ପଠାଇ ଦିଆଯାଇଥିଲା । ଧୀରେ ଧୀରେ ଦେହ ଖରାପ ହେବାରୁ ତାକୁ ଡ଼ାକ୍ତରଖାନା ଅଣା ଯାଇଥିବା ବେଳେ ବୁଧବାର ସେ ମୃତ୍ୟୁବରଣ କରିଥିବା ଜଣା ପଡ଼ିଛି ।

Onmanorama – Malayala Manorama

ସୂଚନ ମୁତାବକ, ଗତ ମାର୍ଚ୍ଚ ୧୨ରେ ପୀଡ଼ିତାଙ୍କୁ ଦୁଷ୍କର୍ମ କରାଯାଇଛି ବୋଲି ପୁଲିସରେ ଅଭିଯୋଗ କରାଯାଇଥିଲା । ଅଧିକ ତଦନ୍ତ ପାଇଁ ଭକ୍ତିନଗର ପୁଲିସ ଷ୍ଟେସନର ପୁଲିସ ଅଧିକାରୀ ମହିଳା ଥାନାକୁ ମାମଲା ହସ୍ତାନ୍ତର କରିଥିଲେ । ପୀଡ଼ିତାଙ୍କ ମା’ଦୁଇ ଅଭିଯୁକ୍ତଙ୍କ ନାମରେ ଏତଲା ଦେଇଥିବା ବେଳେ ତଦନ୍ତ ପରେ ୬ଜଣ ଲୋକ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ ବୋଲି ଜଣା ପଡ଼ିଥିଲା । ୮ମାସ ଧରି ୬ଜଣ ଅଭିଯୁକ୍ତ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରି ଆସୁଥିବା ବେଳେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ସବୁ ବିଷୟରେ ଜାଣି ପୁଲିସ ୬ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ସମସ୍ତେ ପୀଡ଼ିତାଙ୍କ ପଡ଼ୋଶୀ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର