ଆଇପିଏଲ ୧୧: ଗେଲଙ୍କ ଶତକ ବଳରେ ହାଇଦ୍ରାବାଦକୁ ୧୯୪ ରନ୍‌ ଟାର୍ଗେଟ ଦେଲା ପଞ୍ଜାବ

ମୋହାଲି: ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ କ୍ରିସ ଗେଲଙ୍କ ଅପରାଜିତ ଶତକ (୧୦୪ ରନ୍‌, ୬୩ ବଲ, ୩ଟି ଚୌକା, ୧୧ଟି ଛକା) ବଳରେ କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ଆଇପିଏଲର ୧୬ତମ ମ୍ୟାଚ୍‌ରେ ଗୁରୁବାର ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୧୯୪ ରନ୍‌ ଟାର୍ଗେଟ ଦେଇଛି। ମୋହାଲିର ଆଇଏସ୍‌ ବିନ୍ଦ୍ରା ଷ୍ଟାଡିୟମରେ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୩ଟି ଓ୍ଵିକେଟ୍‌ ହରାଇ ୧୯୩ ରନ୍‌ ସଂଗ୍ରହ କରିଛି।

ପଞ୍ଜାବର ଲୋକେଶ ରାହୁଲ ୧୮ ରନ୍‌, କ୍ରିସ୍‌ ଗେଲ ୧୦୪ ରନ୍‌, ମୟଙ୍କ ଅଗ୍ରଓ୍ଵାଲ ୧୮ ରନ୍‌, କରୁଣ ନାୟାର ୩୧ ରନ୍‌, ଅରୁଣ ଫିଞ୍ଚ ଅପରାଜିତ ୧୪ ରନ୍‌ ସଂଗ୍ରହ କରିଛନ୍ତି। ପଞ୍ଜାବ ୫୩ ରନ୍‌ରେ ପ୍ରଥମ ଓ୍ଵିକେଟ୍‌, ୮୩ ରନ୍‌ରେ ୨ୟ ଓ୍ଵିକେଟ୍‌, ୧୬୮ ରନ୍‌ରେ ୩ୟ ଓ୍ଵିକେଟ୍‌ ପଡ଼ିଥିଲା। ଭୁବନେଶ୍ୱର କୁମାର, ରସିଦ ଖାଁ ଓ ସିଦ୍ଧାର୍ଥ କାଉଲ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ।

ସମ୍ବନ୍ଧିତ ଖବର