ନୂଆଦିଲ୍ଲୀ: ଦିଲ୍ଳୀଠାରେ ପାର୍କିଂ ହୋଇଥିବା ଉତ୍ତରପ୍ରଦେଶର ଭାରତୀୟ ଜନତା ପାର୍ଟି(ବିଜେପି) ସାଂସଦ ଯଶୋବନ୍ତ ସିଂହଙ୍କ କାର୍ ମଧ୍ୟରୁ ଶୁକ୍ରବାର ୨ ଲକ୍ଷ ଟଙ୍କା ଚୋରି ହୋଇଛି। ଦିଲ୍ଳୀର ଚାନ୍ଦିନି ଚୌକଠାରେ ଥୁଆ ହୋଇଥିବା ଏହି କାର୍ରୁ ଟଙ୍କା ଚୋରି କରିଥିବା ଅଭିଯୁକ୍ତ ଜଣକୁ ଏପର୍ଯ୍ୟନ୍ତ ଧରାଯାଇ ପାରିନାହିଁ। ପୁଲିସ୍ରେ ମାମଲା ରୁଜୁ ହେବାରୁ ଏ ସଂପର୍କରେ ତଦନ୍ତ ଆରମ୍ଭ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ଅକ୍ଟୋବରରେ ଦିଲ୍ଲୀର ସରକାରୀ କାର୍ଯ୍ୟାଳୟ ସମ୍ମୁଖରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍ଙ୍କର ବ୍ଲୁ ଓ୍ଵାଗନ୍ କାର୍ ଚୋରି ହୋଇଥିଲା। କିଛି ଦିନ ମଧ୍ୟରେ ଗାଡ଼ିଟିକୁ ଉଦ୍ଧାର କରାଯାଇଥିଲା।