ଅକ୍ଷୟ କୁମାରଙ୍କ ଫିଲ୍ମ ‘ସ୍ପେଶାଲ-୨୬’ରୁ ଅନୁପ୍ରାଣିତ ହୋଇ ବନିଥିଲେ ନକଲି ସିବିଆଇ ଅଫିସର, ଗୁଣ୍ଡା-ବଦ୍‌ମାସଙ୍କଠାରୁ ଲୁଟୁଥିଲେ ଟଙ୍କା

ନୂଆଦିଲ୍ଲୀ : ବଲିଉଡ୍‍ର ଖିଲାଡ଼ୀ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ‘ସ୍ପେଶାଲ୍‌-୨୬’ ପ୍ରାୟତଃ ସବୁ ଲୋକ ନିଶ୍ଚୟ ଦେଖିଥିଲେ । ଏହି ଫିଲ୍ମରେ ଅକ୍ଷୟ କୁମାର ଅନ୍ୟ କିଛି ଲୋକଙ୍କ ସହ ମିଶି ଏକ ଟିମ୍‌ ତିଆରି କରିବା ସହ ନକଲି ସିବିଆଇ ଅଫିସର ହୋଇ ଗୁଣ୍ଡା-ବଦ୍‌ମାସମାନଙ୍କୁ ଲୁଟୁଥିବାର ଦେଖା ଯାଇଥିଲା । ଏହି ଫିଲ୍ମ ଦେଖିବା ପରେ ଅସଲ ଜୀବନରେ ଏପରି କିଛି ଘଟି ପାରିବ ବୋଲି କେହି ବି ଭାବି ନ ଥିଲେ । କିନ୍ତୁ ଦିଲ୍ଲୀରେ ଠିକ୍‌ ସେହିଭଳି ଏକ ଘଟଣା ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି । ଦିଲ୍ଲୀର ଇନ୍ଦିରାପୁରମ୍‌ ପୁଲିସ ୪ ଜଣ ଲୋକଙ୍କୁ ଗିରଫ କରିଛି, ଯେଉଁମାନେ ନକଲି ପୁଲିସ କର୍ମଚାରୀ ଏବଂ ସିବିଆଇ ଅଫସର ହୋଇ ଲୋକମାନଙ୍କୁ ଲୁଟୁଥିଲେ ବୋଲି ଅଭିଯୋଗ ହୋଇଛି ।

FBI.gov

ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ଗିରଫ ହୋଇଥିବା ୪ ଜଣ ଯୁବକ ନିଜକୁ ପୁଲିସ କର୍ମଚାରୀ ଏବଂ ସିବିଆଇ ଅଫିସର ବୋଲି କହି ଅନୈତିକ କାମ କରୁଥିବା ଲୋକମାନଙ୍କ ଠାରୁ ଟଙ୍କା ହଡ଼ପ କରିଥିଲେ । ଏହା ସହ ବେକାର ଥିବା ଯୁବକଙ୍କୁ ସିବିଆଇରେ ଚାକିରି ଦେବା ନାଁରେ ସେମାନଙ୍କଠାରୁ ଟଙ୍କା ଠକି ନେଇଥିଲେ ବୋଲି ଜଣାପଡ଼ିଛି । ଗିରଫ ହୋଇଥିବା ୪ ଜଣଙ୍କ ଠାରୁ ନକଲି ନିଯୁକ୍ତି ପତ୍ର, ନକଲି ପରିଚୟ ପତ୍ର ଏବଂ ସିବିଆଇ ଲେଖାଥିବା ଟି-ସାର୍ଟ ମଧ୍ୟ ଜବତ କରାଯାଇଛି । ଫିଲ୍ମ ‘ସ୍ପେଶାଲ-୨୬’ଦେଖି ସେମାନେ ଏପରି କରିଥିଲେ ବୋଲି ପୁଲିସ ଆଗରେ ସ୍ୱୀକାର କରିଛନ୍ତି ।

ସମ୍ବନ୍ଧିତ ଖବର