ଦୁଷ୍କର୍ମ କରି ହତ୍ୟା କରିବା ପରେ ଶୋଇଥିବା ଖଟରେ ପୀଡ଼ିତାଙ୍କୁ ବାନ୍ଧି ଜଳାଇଦେଲେ ଦୁର୍ବୃତ୍ତ

ବିଜନୌର୍: ଉତ୍ତରପ୍ରଦେଶର ବି‌ଜନୌରରେ ଘଟିଥିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଖଟରେ ବନ୍ଧା ହୋଇଥିବା ଜଣେ ମହିଳାଙ୍କ ଜଳି ଯାଇଥିବା ମୃତଦେହ ମିଳିଥିବା ବେଳେ ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରାଯାଇଥାଇ ପାରେ ବୋଲି ସନ୍ଦେହ କରୁଛି ପୁଲିସ। ମୃତଦେହ ମିଳିବାର ଖବର ପାଇ ପୁଲିସ ଏବେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଉପରୁ ପରଦା ହଟିବ ବୋଲି ପୁଲିସ କହିଛି।

burnt-body-of-a-woman-tied-to-a-cot-was-found-in-bijnor के लिए इमेज परिणाम
Newsd

ମିଳିଥିବା ସୂଚନା ମୁତାବକ, ଗୌତମବୁଦ୍ଧ ନଗରରେ ରହୁଥିବା ବିଶ୍ବମ୍ବରଙ୍କ ଏକ ଆମ୍ବ ବଗିଚା ରହିଛି। ଶୁକ୍ରବାର ସଂନ୍ଧ୍ୟାରେ ବଗିଚାର ଦେଖାଶୁଣା କରୁଥିବା ଗଞ୍ଜଫର ଅଲ୍ଲୀ ବଗିଚାରେ ପହଞ୍ଚିବା ପରେ ମହିଳାଙ୍କ ଜଳି ଯାଇଥିବା ମୃତଦେହ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲା। ମୃତଦେହଟି ବଗିଚାରେ ପଡ଼ିଥିବା ଖଟରେ ବନ୍ଧାଯାଇ ଜଳା ଯାଇଥିବା ଦେଖିବାକୁ ପାଇଥିଲେ ଗଞ୍ଜଫର ଅଲ୍ଲୀ। ଯାହା ପରେ ସେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ପୁଲିସ ଆସି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏ ପର୍ଯ୍ୟନ୍ତ ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିଲା କି ନାହିଁ ସ୍ପଷ୍ଟ ହୋଇନଥିବା କହିଛି। ଘଟଣାସ୍ଥଳରେ ମିଳିଥିବା ପ୍ରମାଣକୁ ଆଧାର କରି ତଦନ୍ତ ଆରମ୍ଭ କରାଯାଇଥିବା ବେଳେ ପାରିପାର୍ଶ୍ବିକ ଦୃଶ୍ୟକୁ ଦେଖି ଦୁଷ୍କର୍ମ ହୋଇଥିବା ସନ୍ଦେହ କରୁଛି ପୁଲିସ। ତେବେ ଏହା ପ୍ରଥମ ନୁହେଁ ଏହା ପୂର୍ବରୁ ହାଇଦ୍ରାବାଦରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଯେଉଁମାନଙ୍କ ହତ୍ୟାକାରୀଙ୍କୁ ପୁଲିସ ଏନକାଉଣ୍ଟର କରି ଦଣ୍ଡ ଦେଇଥିଲା।

ସମ୍ବନ୍ଧିତ ଖବର