କ୍ୟାପିଟାଲ ପୁଲିସର ସଫଳତା: ୩୪ ମୋବାଇଲ, ଲ୍ୟାପ୍‌ଟପ୍‌ ଜବତ, ୩ ଗିରଫ

ଭୁବନେଶ୍ୱର: କ୍ୟାପିଟାଲ ପୁଲିସକୁ ବିପୁଳ ସଫଳତା ମିଳିଛି। ୩୪ଟି ମୋବାଇଲ ଓ ଲ୍ୟାପ୍‌ଟପ୍‌ ଜବତ କରିବା ସହିତ କ୍ୟାପିଟାଲ ପୁଲିସ ମଙ୍ଗଳବାର ୩ ଜଣଙ୍କୁ ଗିରଫ କରିଛି।

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ଯୋଗୀମୁଣ୍ଡା ଗ୍ରାମର ବିଶ୍ୱନାଥ ବେହେରାଙ୍କ ଅଭିଯୋଗ ଅନୁସାରେ ଗତ ସେପ୍ଟେମ୍ବର ୨ରେ ସେ ଭୁବନେଶ୍ୱରସ୍ଥିତ ଇନ୍ଦିରା ଗାନ୍ଧି ପାର୍କ ନିକଟରେ ବୁଲୁଥିବା ବେଳେ ତାଙ୍କର ମୋଟର୍ଲା ଜି-୪ ମୋବାଇଲ ଫୋନ୍‌ ଚୋରି ହୋଇଯାଇଥିଲା। ଏ ନେଇ ସେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ପ୍ରମାଣ କରି ପୁଲିସ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଆମ୍ବପୁଆ ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ଦଳେଇଙ୍କ ପୁଅ ଚିତ୍ତରଞ୍ଜନ ଦଳେଇ(୨୪)କୁ ଗିରଫ କରିଛି। ଚିତ୍ତରଞ୍ଜନ କ୍ୟାପିଟାଲ ହସ୍ପିଟାଲ ପଛରେ ଥିବା ତାରିଣୀ ବସ୍ତିରେ ଏକ ଭଡ଼ା ଘରେ ରହୁଥିଲା। ପୁଲସି ଏହି ଘଟଣାରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନାର ମାଣିକଗୋଡ଼ା ଗ୍ରାମର ଗୌରାଙ୍ଗ ନାୟକଙ୍କ ପୁଅ ଅଜିତ ନାୟକ(୨୮)କୁ ଗିରଫ ହୋଇଛି।

ଫରେଷ୍ଟ ପାର୍କର ପ୍ଲଟ ନମ୍ବର ୩୬ ନିବାସୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଅନୁସାରେ ପୁଲିସ କ୍ୟାପିଟାଲ ଥାନା ଅନ୍ତର୍ଗତ ବାପୁଜୀ ନଗରର କେଦାରପଲ୍ଲୀ ନିବାସୀ ରମେଶ ନାୟକଙ୍କ ପୁଅ ବିଶ୍ୱଜିତ ଓରଫ ବଚ୍ଛ ନାୟକ(୨୧)କୁ ଗିରଫ କରିଛି। ଗତ ନଭେମ୍ବର ୨୦ରେ ଥାନାରେ ଚିନ୍ମୟୀ ଥାନାରେ ଅଭିଯୋଗ ଆଣିଥିଲେ ଯେ, ଘଟଣା ଦିନ ତାଙ୍କର ଘରୁ ଜଣେ ଦୁର୍ବୃତ୍ତ ଲିନୋଭୋ କେ-୩, ୫-ଡି କ୍ୟାମେରା ଓ ନଗଦ ୭୦୦୦୦୦ ଟଙ୍କା ଚୋରି ହୋଇଥିଲା।

ସମ୍ବନ୍ଧିତ ଖବର