ଥାଇଲାଣ୍ଡ୍‌ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଗିରଫ ହେଲେ ଚେନ୍ନାଇର ଦୁଇ ବ୍ୟବସାୟୀ

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ପରେ କାର୍ଯ୍ୟାନୁଷ୍ଠାନ

ଚେନ୍ନାଇ: ଚେନ୍ନାଇର ଜଣେ ବ୍ୟବସାୟୀ ଓ ତାଙ୍କ ବନ୍ଧୁ ଥାଇଲାଣ୍ଡ୍‌ର ଜଣେ ଯୁବତୀଙ୍କ ସହିତ ବନ୍ଧୁତା ଆଳରେ ଶାରୀରିକ ସମ୍ପର୍କ ରଖି ପରେ ତାଙ୍କୁ ଠିକିଥିବା ନେଇ ଅଭିଯୋଗ ହୋଇଛି। ଏ ନେଇ ଯୁବତୀଜଣକ ଭାରତରେ ଅବସ୍ଥାପିତ ଥାଇଲାଣ୍ଡ୍‌ର ରାଷ୍ଟ୍ରଦୂତଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜଣାଇ ନ୍ୟାୟ ପାଇଁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଚେନ୍ନାଇ ପୁଲିସ କମିସନରଙ୍କୁ ନିର୍ଦ୍ଦେଶ ଦେବା ପରେ ଏହି ଦୁଇ ଜଣ ବ୍ୟବସାୟଙ୍କୁ ପୁଲିସ ଗିରଫ କରିଛି।
୨୬ ବର୍ଷୀୟ ଥାଇଲାଣ୍ଡ୍‌ର ଯୁବତୀ ନାରୁଏମନ ଜପାଇ ବ୍ୟାଙ୍କକରେ ଏକ ଛୋଟ ରେଡିମେଡ ପୋଷାକ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ। ସେଠାରେ ୨୦୧୧ ମସିହାରେ ଚେନ୍ନାଇର ବ୍ୟବସାୟୀ ଜୈନଙ୍କ ସହିତ ତାଙ୍କର ଏକ ପବ୍‌ରେ ସାକ୍ଷାତ ହୋଇଥିଲା। ସେଠାରେ ପାନୀୟରେ ନିଶା ଦେଇ ଜୈନ ତାଙ୍କ ସହିତ ଶରୀରିକ ସମ୍ପର୍କ ରଖିଥିଲେ। ପରେ ଏହା ଜାଣିବା ପରେ ଜପାଇ ଜୈନଙ୍କୁ ପଚାରିବାରୁ ସେ ତାଙ୍କୁ ବିବାହ କରିବେ କହି ତାଙ୍କୁ ଚୀନ ଓ ଅନ୍ୟନ୍ୟ ଦେଶ ବୁଲାଇ ନେଇ ଶରୀରିକ ସମ୍ପର୍କ ରଖିଥିଲେ।ଏହି ସମ୍ପର୍କରୁ ତାଙ୍କର ଗୋଟିଏ ପୁଅ ଓ ଗୋଟଇଏ ଝିଅ ଅଛନ୍ତି। ତେବେ ବିବାହ କରିବାକୁ ଜପାଇ ଅଡ଼ି ବସିବାରୁ ଜୈନ ତାଙ୍କୁ ବ୍ୟାଙ୍କକ୍‌ର ମାଜିଷ୍ଟ୍ରଟ୍‌ଙ୍କ କୋର୍ଟକୁ ନେଇ ଯାଇଥିଲେ। ଜୈନଙ୍କ ସହିତ ତାଙ୍କ ବନ୍ଧୁ ସନ୍ତୋଷ ଓ ବିକାଶ କୋଠାରୀ ମଧ୍ୟ ଯାଇଥିଲେ। ସନ୍ତୋଷଙ୍କୁ ବିବାହରେ ସାକ୍ଷୀ ପଡ଼ିଥିବା କୁହାଯାଇଥିଲା । ମାତ୍ର ବାସ୍ତବରେ ଜୈନଙ୍କ ସ୍ଥାନରେ ସନ୍ତୋଷ ତାଙ୍କ ସ୍ୱାମୀ ବୋଲି ବିବାହ ପଞ୍ଜିକରଣ ନଥିପତ୍ରରେ ଉଲ୍ଲେଖ କରାଯାଇଥିବା ସେ ପରେ ଜାଣଇଥିଲେ। ଏ ନେଇ ଜପାଇ ୨୦୧୭ ମସିହାରେ ଥାଇ କୋର୍ଟରେ ଆବେଦନ କରି ଛାଡ଼ପତ୍ର ନେଇଥିଲେ। ଏପରିକି ଜୈନଙ୍କ ଅନ୍ୟ ବନ୍ଧୁ ବିକାଶ କୋଠାରୀ ମଧ୍ୟ ତାଙ୍କ ଦୁଷ୍କର୍ମ କରିଥିବା ଜପାଇ ଅଭିଯୋଗ କରିଛନ୍ତି।ଏ ସମ୍ପର୍କରେ ଚେନ୍ନାଇର ଆଡିସନାଲ ଡେପୁଟି ପୁଲିସ କମିସନର ସି ଶ୍ୟାମଳା ଦେବୀ କହିଛନ୍ତି ଯେ ଉଭୟ ଜୈନ, କୋଠାରୀଙ୍କୁ କମିସନରେଟ୍‌  କାର୍ଯ୍ୟାଳୟରେ ପଚରାଉଚରା ପରେ ଗିରଫ କରାଯାଇଛି। ଜପାଇ ତାଙ୍କ ଦୁଇ ସନ୍ତାନ ଜୈନଙ୍କ ଔରସରୁ  ବୋଲି କହୁଥିବା ପରିପ୍ରେକ୍ଷୀରେ ଜୈନ ଓ ତାଙ୍କ ଦୁଇ ସନ୍ତାନସନ୍ତତିଙ୍କ ଡିଏନଏ ଟେଷ୍ଟ କରାଯିବ ବୋଲି ଆଡିସନାଲ ଡେପୁଟି ପୁଲିସ କମିସନର ସି ଶ୍ୟାମଳା ଦେବୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର