ପ୍ରେମିକ ପାଇଁ ସ୍ୱାମୀଙ୍କ ମୁଣ୍ଡକାଟ୍‌  କଲା ପତ୍ନୀ 

ଗ୍ରେଟର ନୋଇଡ଼ା: ଗ୍ରେଟର ନୋଇଡ଼ା ଅଞ୍ଚଳରେ  ପୁଲିସ ଜଣେ ୩୦ ବର୍ଷୀୟ ମହିଳା ଓ ତାଙ୍କ  ପ୍ରେମିକଙ୍କୁ ଗରିଫ କରିଛି। ଗିରଫର କାରଣ ଜାଣିଲେ ସାଧାରଣ ଲୋକଙ୍କ ରୋମ ଟାଙ୍କୁରି ଉଠିବ।  ପ୍ରେମିକର ପ୍ରେମରେ ପାଗଳିନୀ  ମହିଳାଜଣକ ପ୍ରେମିକଙ୍କ ସହିତ ସବୁଦିନ ରହିବା ପାଇଁ ପ୍ରେମିକଙ୍କ ସହିତ ମିଶିି ତାଙ୍କ ସ୍ୱାମୀଙ୍କ ମୁଣ୍ଡକାଟ କରିଛନ୍ତି। କେବଳ ସେତିକି ନୁହେଁ,  ଏକ ଧାରୁଆ ଅସ୍ତ୍ରରେ ମୁଣ୍ଡ ଓ ଗଣ୍ଡିକୁ ଅଲଗା ଅଲଗା କାଟିବା ପରେ ଏହାକୁ ନେଇ ଭିନ୍ନ ଭିନ୍ନ ସ୍ଥାନରେ ଫିଙ୍ଗିବା ପରେ ୪ ଦିନ ପରେ  ଥାନାରେ ସ୍ୱାମୀ ନିଖୋଜ ନେଇ ଅଭିଯୋଗ କରିଥିଲେ ମହିଲା। ତେବେ ମହିଳାଙ୍କ ଦିଅର ମହିଳା ଓ ତାଙ୍କ ପ୍ରେମିକଙ୍କୁ ସନ୍ଦେହ କରି ଥାନାରେ ଏତଲା ଦେବାରୁ ପୁଲିସ ଉଭୟଙ୍କୁ  ଧରି ପଚରା ଉଚରା କରିବା ପରେ ସତକଥା ମାନି ଯାଇଛନ୍ତି ଉଭୟ।  ଘଟଣାର ୧୦ ଦିନ ପୁଲିସ ଭନ୍ନ ଭିନ୍ନ ଦୁଇି ସ୍ଥାନର ମୃତ ଯୁବକଙ୍କ ଗଳିତ କବନ୍ଧ ଓ  କଟା ମୁଣ୍ଡ ଜବତ କରିଛି ପୁଲିସ।

 

ବିଶ୍ରାଖା ଥାନା ପୁଲିସ ଅନୀଲ କୁମାର ସାହିଙ୍କ ଠାରୁ ପ୍ରକାଶ ଯେ, ପୁଲିସ ସୂତ୍ରରୁ ପ୍ରକାଶ ଯେ ମଧ୍ୟପ୍ରଦେଶର  ଛତ୍ରପୁର ଜିଲ୍ଲାର ଭଦ୍ରା ଗ୍ରାମର  ଭୁପ ସିଂହ (୩୪ ବର୍ଷ) ଓ ତାଙ୍କ ପତ୍ନୀ ରଜନୀ (୩୦ ବର୍ଷ)  ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ଝାନ୍ସିରେ କାମ କରୁଥିବାେବେଳେ ସେମାନଙ୍କର ଅନିରୁଦ୍ଧ (୨୮ ବର୍ଷ) ନାମକ ଜଣେ ଯୁବକଙ୍କସହିତ  ସମ୍ପର୍କ ଗଢ଼ି ଉଠିଥିଲା। ତେବେ  ପ୍ରାୟ ୬ ମାସ ତଳେ ରଜନୀ ଓ ଅନିରୁଦ୍ଧଙ୍କ ମଧ୍ୟରେ ପ୍ରେମ  ସମ୍ପର୍କ ଘନିଷ୍ଠ ହୋଇଥିଲା। ଏପରିକି ରଜନୀ ନିଜର ସ୍ୱାମୀ ଓ ୧ ବର୍ଷର ଶିଶୁ ପୁତ୍ରଙ୍କୁ ଛାଡ଼ି  ଅନିରୁଦ୍ଧଙ୍କ ସହିତ ଘରୁ ଲୁଚି ପଳାଇଯାଇଥିଲା। ପ୍ରାୟ ମାସକ ପରେ ଭୁୁପ ସିଂହ ରଜନୀ ଓ ଅନିରୁଦ୍ଧଙ୍କୁ ଠାବ କରିବା ପରେ ରଜନୀଙ୍କୁ ଧରି ଘରକୁ ଆଣିଥିଲେ। ତେବେ ସ୍ୱାମୀଙ୍କ ସହିତ ରହିବାକୁ ଚାହୁଁ ନ ଥିବା ରଜନୀ ସବୁଦିନ ପାଇଁ ତାଙ୍କୁ ବାଟରୁ ହଟାଇବା ପାଇଁ ଯୋଜନା କରିଥିଲେ।  ଗତ ନଭେମ୍ବର ମାସ ୩୦ ତାରିଖ ଦିନ ଭୁୁପ ସିଂହ ନିଶାସକ୍ତ ଭାବେ ଘରକୁ ଫେରିବା ପରେ ଘରେ ଛପି ରହିଥିବା  ଅନିରୁଦ୍ଧଙ୍କ ସହାୟତାରେ ରଜନୀ ଏକ ଧାରୁଆ ଛୁରିରେ ଭୁପ୍‌ ସିଂହଙ୍କ ବେକକୁ କାଟି ଗଣ୍ଡିମୁଣ୍ଡ  ଅଲଗା କରି ଦେଇଥିଲେ। ପରେ ଭିନ୍ନ ଭିନ୍ନ ଦିଗରେ ଗଣ୍ଡିମୁଣ୍ଡକୁ ନେଇ  ଫିଙ୍ଗି ଦେଇଥିଲେ।

ଘଟଣାର  ୪ଦିନ ପରେ ଭୁପ ସିଂହଙ୍କ ନିଖୋଜ ସମ୍ପର୍କରେ ରଜନୀ ଥାନାରେ ଅଭିଯୋଗ କରିଥିଲେ।  ତେବେ ଡିସେମ୍ବର ୯ ତାରିଖ ଦିନ ପୁଲିସ ବୃନ୍ଦା ଗାର୍ଡେନ କଲୋନିର  ଭିନ୍ନଭିନ୍ନ ସ୍ଥାନରୁ ଜଣେ ବ୍ୟକ୍ତିଙ୍କ ଗଣ୍ଡିମୁଣ୍ଡ  ଅଲଗାଭାବେ ଜବତ କରିଥିଲେ। ପରେ ଏ ନେଇ  ଭୁପ ସିଂହଙ୍କ ଭାଇ ଥାନାରେ ରଜନୀ ଓ ତାଙ୍କ ପ୍ରେମିକ ଅନିରୁଦ୍ଧଙ୍କୁ ସନ୍ଦେହ କରି ଏତଲା ଦେଇଥିଲେ। ପୁଲିସ ରଜନୀକୁ ପଚାରା ଉଚରା କରିବାକୁ ତାଙ୍କ ଘରକୁ ଯିବା ବେଳେ ସେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ତେବେ ଅଭଭିଯୁକ୍ତମାନେ ବେଶି ଦୂର ଯିବା ପୂର୍ବରୁ ପୁଲିସ ସେମାନଙ୍କୁ ଝାନ୍ସିରୁ ଗିରଫ କରିଥିଲା ଓ ସେମାନେ ଏହି ହତ୍ୟାକାଣ୍ଡ ଘଟାଇଥିବା ସ୍ୱୀକାର କରିଥିଲେ।

 

ସମ୍ବନ୍ଧିତ ଖବର