ଗୃହ ସହାୟିକା ସହ ଥିଲା ଅବୈଧ ସଂପର୍କ, ସତ ସାମ୍ନାକୁ ଆସିବା ପରେ ସ୍ୱାମୀର ଗୁପ୍ତାଙ୍ଗ କାଟି ଏପରି କାର୍ଯ୍ୟ କଲା ସ୍ତ୍ରୀ
ନୂଆଦିଲ୍ଲୀ : ବିବାହ ପରେ ସ୍ୱାମୀ ଧୋକା ଦେବାରୁ ସ୍ତ୍ରୀ ଯେଉଁ ପଦକ୍ଷେପ ନେଇଛି,ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିଶ୍ୱାସଘାତକ ସ୍ୱାମୀକୁ ଉଚିତ୍ ଶିକ୍ଷା ଦେବା ପାଇଁ ସ୍ତ୍ରୀ ଗୁପ୍ତାଙ୍ଗ କାଟିଦେବା ଘଟଣା ଆଗରୁ ଅନେକ ଥର ସାମ୍ନାକୁ ଆସିଛି । କିନ୍ତୁ ଏଠାରେ ପତ୍ନୀ ଆଉ ପାଦେ ଆଗେଇ ଯେଉଁ କାମ କରିଛନ୍ତି, ତାହା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ଘରର ଗୃହ ସହାୟିକାଙ୍କ ସହ ସ୍ୱାମୀଙ୍କର ଅବୈଧ ସଂପର୍କ ଥିବା ଜାଣି ସ୍ତ୍ରୀ ନିଜ ସ୍ୱାମୀର ଗୁପ୍ତାଙ୍ଗ କାଟି ନୁଡୁଲ୍ସ ତିଆରି କରିଥିବା ଜଣାପଡ଼ିଛି । ଏହା ସହ ନିଜ ରାଗ ଶାନ୍ତ କରିବାକୁ ଯାଇ ପତ୍ନୀ ନୁଡ଼ୁଲ୍ସ ଏବଂ ନିଜ ସ୍ୱାମୀଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଛାଡ଼ିଥିବା ଦେଖା ଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
କିନ୍ତୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନ ଥିବାରୁ ଲୋକେ ଏହି ଖବରକୁ ମିଛ ବୋଲି କହିବା ଆରମ୍ଭ କରିଛନ୍ତି । ଏହି ଖବର ପ୍ରଥମେ ଏକ େଓ୍ଵବ୍ସାଇଟ୍ରେ ଆସିବା ପରେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଖବରକୁ ସେୟାର କରି, ମହିଳାମାନଙ୍କ ରାଗ ନର୍କଠାରୁ ବି ଆହୁରି ସାଙ୍ଘାତିକ ବୋଲି େଓ୍ଵବ୍ସାଇଟ୍ ପ୍ରୋଲିଫିକ୍ ସ୍କିନ୍ସରେ ଲେଖିଥିବା ଦେଖାଯାଇଛି ।