ଜୟପୁର: ବ୍ରିଟିଶ ଅମଳର ଗୁଳିଗୋଳା। ଗୋଟିଏ କିମ୍ବା ଦୁଇଟି ନୁହେଁ, ଶହଶହ ସଂଖ୍ୟାରେ ପଡ଼ିଥିବା ବ୍ରିଟିଶ ଅମଳର ଗୁଳିଗୋଳକୁ ଜବତ କରିଛି ଜୟପୁର ପୁଲିସ। ତାହା ପୁଣି ଏକ ପରିତ୍ୟକ୍ତ ପାଇଖାନା ଟାଙ୍କିରୁ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନପୁଯାୟୀ, ଜୟପୁର ଜିଲ୍ଲା ଶିଳ୍ପଅଧିକାରୀଙ୍କ କାର୍ଯ୍ୟାଳୟ ପଛପଟେ ଥିବା ଏକ ପରିତ୍ୟକ୍ତ ପାଇଖାନା ସଫା କରିବାକୁ ଆସିଥିବା କେତେକ ସଫେଇ କର୍ମଚାରୀ ଭିତରେ ଏକ ପ୍ଲାଷ୍ଟିକ୍ ଡବା ଭିତରେ କିଛି ଗୁଳି ଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେହି ପ୍ଲାଷ୍ଟିକ ଡବାରୁ ପ୍ରାୟ ୧ ହହାରରୁ ଊର୍ଧ୍ୱ ଗୁଳି ଜବତ କରିଛି। ଏହି ଗୁଳି ଇଂଲଣ୍ଡର ତିଆରି ହୋଇଥିବା ଏଥିରେ ଉଲ୍ଲେଖ ରହିଛି। ପୁଲିସ ସୂଚନା ଅନୁଯାୟୀ, ଜୟପୁର ରାଜବାଟୀରୁ ପ୍ରାୟ ୩୦ ବର୍ଷ ତଳେ ଚୋରି ହୋଇଥିବା ଗୁଳି ସହିତ ଏହି ଗୁଳିର ସମ୍ପର୍କ ଥାଇପାରେ। ତେବେ ଏ ନେଇ ତଦନ୍ତ ଜାରି ରହିଛି। ଗୁଳି ଏଠାକୁ କିପରି ଆସିଲା ଓ କିଏ ଆଣିଲା ସେ ନେଇ ତଦନ୍ତ କରାଯିବା ସହିତ ଏହି ବ୍ରିଟିଶ ଅମଳର ଗୁଳି ସମ୍ପର୍କରେ ମଧ୍ୟ ଫୋରେନସିକ୍ ଯାଞ୍ଚ କରାଯିବ ବୋଲି ପୁଲିସ କହିଛି।
ପୂର୍ବବର୍ତ୍ତୀ ଖବର
ମୁମ୍ବାଇ:ରେଳବାଇ ଫୁଟ୍ ଓଭରବ୍ରିଜ୍ରେ ଦଳଚକଟା, ୩ ମୃତ,୨୦ରୁ ଊର୍ଧ୍ୱ ଆହତ
ସମ୍ବନ୍ଧିତ ଖବର