ସ୍କୁଲ ସାମ୍ନାରେ ଦୁର୍ଘଟଣାରେ ପ୍ରଥମଶ୍ରେଣୀ ଛାତ୍ରୀ ଗୁରୁତର; ଡାକ୍ତରଖାନା ନେବା ବଦଳରେ ଶିକ୍ଷକ କହିଲେ ପିଲାଙ୍କୁ ସ୍କୁଲ କାହିଁକି ଛାଡୁଛ !
ଢ଼େଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳରେ ସୋମବାର ଅପରାହ୍ନରେ ବାଇକ୍ ଧକ୍କାରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀ ଗୁରୁତର ହୋଇଛି। ଗୁରୁତର ଛାତ୍ରୀ ବଣ୍ଟିଆ ବେହେରାଙ୍କ ୫ବର୍ଷର ଝିଅ ଲକ୍ଷ୍ମୀପ୍ରିୟା ବୋଲି ଜଣାପଡ଼ିଛି। କିନ୍ତୁ ଦୁର୍ଘଟଣା ପରେ ସ୍କୁଲର ଶିକ୍ଷକ ଛାତ୍ରୀଙ୍କ ପ୍ରତି ଯେଉଁ ଭଳି ଆଚରଣ ପ୍ରଦର୍ଶନ କଲେ ତାହା ଅତ୍ୟନ୍ତ ଦୁଃଖଦାୟକ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଲକ୍ଷ୍ମୀପ୍ରିୟା ଆଜି ଅପରାହ୍ନରେ ତାଙ୍କର ଜଣେ ବଡ଼ ଭଉଣୀ ସହିତ ରାସ୍ତା ପାର ହେଉଥିଲେ। ଏହି ସମୟରେ ଏକ ବାଇକ୍ ଆସି ତାଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଲକ୍ଷ୍ମୀପ୍ରିୟା ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ କାମାକ୍ଷାନଗର ପରେ ଢ଼େଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ସ୍କୁଲ ଆଗରେ ହମ୍ପସ୍ କରାଯାଉ ତଥା ଛାତ୍ରୀ ଗୁରୁତର ହୋଇଥିଲେ ବି ବିଦ୍ୟାଳୟର କେହି ଶିକ୍ଷକ ତାଙ୍କୁ ମେଡିକାଲ ନେଇ ନ ଥିଲେ, ଓଲଟି ପିଲାଙ୍କୁ କାହିଁକି ସ୍କୁଲ ଛାଡୁଛ ବୋଲି କହିଥିଲେ। ଏଥିରେ ପରିବାରଲୋକ ଓ ଅଭିଭାବକ ଉତ୍ତୋଜିତ ହୋଇ ଢ଼େଙ୍କାନାଳ କାମାକ୍ଷାନଗର ମୁଖ୍ୟରାସ୍ତା ଅବରୋଧ କରିଥିଲେ।
ଘଟଣାସ୍ଥଳରେ କାମାକ୍ଷାନଜର ଥାନାର ଏଏସ୍ଆଇ ବ୍ରହ୍ମାନନ୍ଦ ସାହୁ ଓ ସିଆରସିସି ମନୋରଞ୍ଜନ ସାହୁ ପହଞ୍ଚି ଉତ୍ତେଜିତ ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି।