ମୋ ଭୋଟ, ମୋ ଅଧିକାର କାର୍ଯ୍ୟକ୍ରମ:ଅପରାଧମୁକ୍ତ ବଲାଙ୍ଗୀର ପାଇଁ ମହିଳାଙ୍କ ଆହ୍ୱାନ

ବଲାଙ୍ଗୀର: ବଲାଙ୍ଗୀର ଟିକ୍ରାପଡା ଗାନ୍ଧୀ ପାଠାଗାରଠାରେ ମିଳିତ ମହିଳା ମଂଚ ପକ୍ଷରୁ ମୋ ଭୋଟ ମୋ ଅଧିକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଅପରାଧମୁକ୍ତ ବଲାଙ୍ଗୀର କରିବାକୁ ମହିଳା ମଂଚର ସଦସ୍ୟାମାନେ ଆହ୍ୱାନ ଦେଇଥିଲେ। ଆବାହିକା ମୀନାକ୍ଷି ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପୌର ଅଧ୍ୟକ୍ଷା ସନ୍ତୋଷିନୀ ବେହେରା, ଉପାଧ୍ୟକ୍ଷା ଲିପିଶ୍ରୀ ସାଏ, ୱାର୍ଡ ନଂ. ୮ ର କାଉନସିଲର ମମତାରାଣୀ ଜେନା, ପୂର୍ବ ପୌର ଅଧ୍ୟକ୍ଷା ଦମୟନ୍ତୀ ବାଗ, ବାସନ୍ତି ସିଂ, ମହିଳା ନେତ୍ରୀ ସାଗରିକା ଗୁରୁ, ରଞ୍ଜୁ ରାଇମନ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ବିଗତ ୪ ବର୍ଷରେ ବଲାଙ୍ଗୀର ସହର ତଥା ଆଖପାଖ ଅଞ୍ଚଳରେ ଘଟିଥିବା ଅପରାଧ, ଲୁଟପାଟ, ନିଶାଦ୍ରବ୍ୟ କାରବାର ଉପରେ ଉପସ୍ଥିତ ମହିଳାମାନଙ୍କୁ ସଚେତନ କରାଇଥିଲେ। ଏଥର ଅଧିକରୁ ଅଧିକ ସଂଖ୍ୟକ ମହିଳା ଭୋଟଦାନ କରିବାକୁ ଆହ୍ୱାନ ଦେଇଥିଲେ। ଏହାସହ ନିକଟରେ ପୁଇଁନ୍ତଳା ବ୍ଲକ ବିଡିଓ ଅପହରଣ ମାମଲାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଥିଲା।

ସମ୍ବନ୍ଧିତ ଖବର