ଦୁଷ୍କର୍ମକାରୀକୁ ୭ବର୍ଷ ଜେଲ୍‌

ବାଲେଶ୍ୱର : ଏକ ଦୁଷ୍କର୍ମ ମାମଲାର ବିଚାର କରି ବାଲେଶ୍ୱର ଅତିରିକ୍ତ ଦୌରା ଜଜ୍‌ ଅଜନ୍ତା ଷଡ଼ଙ୍ଗୀ ଅଭିଯୁକ୍ତଙ୍କୁ ୭ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସେସନ୍‌ ଟ୍ରାଏଲ ନମ୍ବର ୬୪୯/୨୦୧୬ ତଥା ଆଇପିସି ଧାରା ୩୪୧ ଆଧାରରେ ଆସାମୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ପୋସ୍କୋ ଆଇନ ଅନୁଯାୟୀ ୭ ବର୍ଷ ଜେଲ ଓ ୫ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ୪ ମାସ କାରାଦଣ୍ଡ ଶୁଣାଯାଇଛି। ସେହିପରି ଧାରା ୩୭୬(୨) ଆଧାରରେ ୧ ମାସ ଜେଲ, ୫୦୦ ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ୭ ଦିନ କାରାଦଣ୍ଡ ଘୋଷଣା ହୋଇଛି। ବସ୍ତା ଥାନାର କେସ୍‌ ନମ୍ବର ୩୨୬ ଅନୁଯାୟୀ ରେଣୁପଦା ଗାଁର ବିଶ୍ୱମ୍ବର ଦାସ ଅଧିକାରୀଙ୍କ ପୁଅ ଅଶୋକ କୁମାର ଦାସ ଅଧିକାରୀ ଓରଫ ଲିଲୁ(୨୬), ୨୦୧୬ ନଭେମ୍ବର ୨୫ ତାରିଖ ଦିନ ସେହିଗ୍ରାମର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଏ ସମ୍ପର୍କରେ ନାବାଳିକାଙ୍କ ପିଉସୀ ବସ୍ତା ଥାନାରେ ଏତଲା ଦେବାପରେ ପୁଲିସ ଲିଲୁକୁ ଗିରଫ କରିଥିଲା। ସରକାରଙ୍କ ପକ୍ଷରୁ ପିପି ପ୍ରଣବ କୁମାର ପଣ୍ଡା ଏହି ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର