ବାଲେଶ୍ୱର: ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ବାଲେଶ୍ୱର: ସଦର ଥାନା ଅଞ୍ଚଳର ଜାତୀୟ ରାଜପଥ ୧୬ ନମ୍ବର ନିଧିପଣ୍ଡାସ୍ଥିତ ଜିମନ ଇଣ୍ଡିଆ ବ୍ରିଜ ନିକଟରେ ସୋମବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ସାର୍ଥା ଫାଣ୍ଡି ଅଞ୍ଚଳର ଭଗବାନ ବାରିକଙ୍କ ପୁଅ ମୂଷା ବାରିକ(୩୨)। ଆହତ ସନ୍ୟାସୀ ବେହେରାଙ୍କ ପୁଅ ନିମାଇଁ ବେହେରାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଉଭୟ ଦ୍ରୁତ ଗତିରେ ବାଇକରେ ଯାଉଥିବା ବେଳେ ବ୍ରିଜକୁ ଧକ୍କା ଦେଇଥିଲେ ବୋଲି ପୁଲିସ କହିଛି। 

 

ସମ୍ବନ୍ଧିତ ଖବର