ଜୀରା ନଦୀରେ ବାଜପେୟୀଙ୍କ ଅସ୍ଥି ବିସର୍ଜନ

ବରଗଡ଼: ଗୁରୁବାର ବରଗଡ଼ ଜିଲ୍ଲା ନାଗରିକ କମିଟି ତରଫରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ଜୀରା ନଦୀରେ ବିସର୍ଜନ କରାଯାଇଛି। ଏହା ପୂର୍ବରୁ ଏକ ବିରାଟ ପଟୁଆର ବରଗଡ଼ ଗୋଶାଳାରୁ ବାହାରି ଜୀରା ନଦୀ ଘାଟକୁ ଯାଇଥିଲା। ସେଠାରେ ବୈଦିକ ରୀତିରେ ଚିତାଭସ୍ମ ବିସର୍ଜନ କରାଯାଇଥିଲା। ପଟୁଆରରେ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ, ବିଜେପି ରାଜ୍ୟ ଉପସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ମନୋରଞ୍ଜନ ସାହୁ, ଡା. ରାମକୃଷ୍ଣ ପୁରୋହିତ, ସୁରେଶ୍ୱର ଶତପଥୀ, ମୋହନ ସାହୁ, ଶିରିଶ ବଲ୍ଲଭ ମିଶ୍ର, ଡା. ଅରୁପାନନ୍ଦ ସାହୁ, ଡି ମୁରଲୀ କ୍ରିଷ୍ଣା, ଡା. ସୁବଳ କର, ସୁଶାନ୍ତ ମିଶ୍ର, ମିଲନ ସେଠ, ପୂର୍ବତନ ବିଧାୟକ ମହମ୍ମଦ ରଫିକ, ଅଶୋକ ପାଣିଗ୍ରାହୀ, ସୌରୀ ଚରଣ ବାରିକ, ଗିରିଜେଶ ଖାଡ଼ଙ୍ଗା, ପ୍ରୀତମ ସିଂ, ରବିନାରାୟଣ ଦାସ, ଗୋବର୍ଦ୍ଧନ ଅଗ୍ରୱାଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ଉପାଧ୍ୟକ୍ଷ ମଦନ ଦୀପ, ଅଶୋକ ସାହୁ, ଅବନୀକାନ୍ତ ପଣ୍ଡା, ଉମେଶ ବେହେରା, ବିଳାସିନୀ ମେହେର, ସବିତା ସାହୁ, ସଂଜୀବ ମହାପାତ୍ର, ସୁଶୀଲ ବିଶ୍ୱାଳ, ଡାକ୍ତର ସାହୁ , ବିପିନ ସାହୁ, ଜୟକିଷାନ ଭେସ୍ରା, ଅଶୋକ ପଣ୍ଡା, କିଶୋର ଦାଶ, ଉର୍କୁଲୁ ତାଣ୍ଡି, ସୁବ୍ରତ ହୋତା, ନବକିଶୋର ପାଣିଗ୍ରାହୀ, ଶକୁନ୍ତଳା ମହାପାତ୍ର, ସନତ ଗଡ଼ତିଆ, ପ୍ରିତେଶ ବହିଦାର, ଅମିତ ପଣ୍ଡାଙ୍କ ସମେତ ଅନ୍ୟ କର୍ମକର୍ତା ଉପସ୍ଥିତ ଥିଲେ। ପଣ୍ଡିତ କୈଳାସ ପଣ୍ଡା, ଲକ୍ଷ୍ମଣ ପଣ୍ଡା, ରବି ହୋତା ପ୍ରମୁଖ ବିସର୍ଜନ ବିଧି ତୁଲାଇଥିଲେ।

ସମ୍ବନ୍ଧିତ ଖବର