ବାଲେଶ୍ବର,: ଗ୍ରୀଷ୍ମପ୍ରବାହ ଯୋଗୁ ଏବେ ବାଲେଶ୍ବର ଜିଲ୍ଲା ହସ୍ପିଟାଲରେ ରକ୍ତର ଅଭାବ ଦେଖାଦେଇଛି। ରକ୍ତ ଅଭାବରୁ ପ୍ରସୂତୀ ଓ ଥାଲାସେମିଆ ରୋଗୀମାନେ ବହୁ ଅସବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ କିଛି ଦିନ ହେଲା ଜିଲ୍ଲା ରକ୍ତଭଣ୍ଡାରରେ ସ୍ବେଚ୍ଛା ରକ୍ତଦାତା ଓ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ରକ୍ତଦାନ କରିଆସୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଆଜି ଜିଲ୍ଲା ରକ୍ତଭଣ୍ଡାର ଓ ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ଆୟୋଜିତ ଶିବିରରେ ସମନ୍ବିତ ରୋଗ ନିରୂପଣ କେନ୍ଦ୍ର ଓ ରକ୍ତଭଣ୍ଡାରର ସମସ୍ତ ଲ୍ୟାବ ଟେକ୍ନିସିଆନ୍ ଓ କର୍ମଚାରୀମାନେ ରକ୍ତଦାନ କରିଛନ୍ତି। ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ ନିଲୁ ମହାପାତ୍ର, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ଡା. ବସନ୍ତ କୁମାର ଉପାଧ୍ୟାୟ ଓ ଡା. ମହେଶ କୁମାର ବିଶ୍ବାଳ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଶ୍ରୀ ମହାପାତ୍ର ରକ୍ତର ଅଭାବ ସମୟରେ ଯେଉଁମାନେ ଏହି ମହତ କାର୍ଯ୍ୟରେ ସହଯୋଗ କରିଛନ୍ତି ସେମାନେ ବାସ୍ତବରେ ଉଦାହରଣ ଯୋଗ୍ୟ ବୋଲି କହିଥିଲେ। ଆମ ଓଡ଼ିଶା ସହଯୋଗୀ ଲକ୍ଷ୍ମୀଧର ବାରିକ, ସ୍ବେଚ୍ଛାସେବୀ ସିମନ ଦାସମହାପାତ୍ରଙ୍କ ସହ ହସ୍ପିଟାଲର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଟେକ୍ନିସିଆନ ବିଜୟ କୁମାର ପଟ୍ଟନାୟକ, ଜଗନ୍ନାଥ ପଣ୍ଡା, ଭାଗିରଥୀ ମାଝୀ, ବସନ୍ତ କୁମାର ଜେନା, ଅକ୍ଷୟ ପଣ୍ଡା, ଜ୍ୟୋତିଶ୍ ପ୍ରଧାନ, ଅକ୍ଷୟ କୁମାର ଜେନା, ସ୍ବାତୀ ସୁଚରିତା ରାଜ୍, ସବନମ୍ ଦାସ, ସାହେଦ ଦିଲଦାର, ହେମଲତା ସେଠୀ, ବିନୋଦ ବିହାରୀ ଦାସ, ଅଜୟ ମହାପାତ୍ର ଓ ସନ୍ତୋଷ କୁମାର ଜେନା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ପ୍ରତିଭା ମାଝୀ ନାମକ ହସ୍ପିଟାଲର ଜଣେ ଲ୍ୟାବ୍ ଟେକ୍ନିସିଆନ ଆଜି ତାଙ୍କ ଜନ୍ମଦିନ ହୋଇଥିବାରୁ ସେ ଏହାକୁ ସ୍ମରଣୀୟ କରିବା ପାଇଁ ରକ୍ତ ଦାନ କରିଥିଲେ।
ଆୟୋଜିତ ଶିବିରରୁ ୬୮ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ରକ୍ତଦାତାମାନେ ହେଲେ: ପବନ କୁମାର ପାତ୍ର, ପ୍ରତିଭା ମାଝୀ, ରଶ୍ମିରଂଜନ ପାଲ, ଅଶ୍ବିନୀ ଦ୍ବିବେଦୀ, ସୁଧାକର ଆଇଚ, ହରପ୍ରିୟା ସ୍ବାଇଁ, ଦେବଦତ୍ତ ସାହୁ, ଜିନିତ୍, ବିକାଶ ଚନ୍ଦ୍ର ବେହେରା, ଅବ୍ଦୁଲ ଖାଁ, ସୁନୀଲ ନାୟକ, ସଂଗ୍ରାମ ସାହୁ, ହିମାଂଶୁ ସାହୁ, ରାମଚନ୍ଦ୍ର ସିଂହ, ମାନସ ରଂଜନ ଜେନା, ହୃଷିକେଶ ବାସ୍କେ, ସଂଜିତ କୁମାର, ଦିବ୍ୟାଂଶୁ, ଉମେଶ ଦାସ, ଗୋବିନ୍ଦ ବେହେରା, ସଂଜୟ ମହାନ୍ତ, ଅକ୍ଷୟ କୁମାର ଜେନା, ବସନ୍ତ କୁମାର ଜେନା, ମନଦମୋହନ ମିଶ୍ର, ବିଜୟ କୁମାର ପଟ୍ଟନାୟକ, ହେମଲତା ସେଠୀ, ଜ୍ୟୋତିଶ କୁମାର ପ୍ରଧାନ, ସ୍ବାତୀ ସୁଚରିତା ରାଜ, ସବନମ ଦାସ, ସୁଶାନ୍ତ ବିଶ୍ବାଳ, ଖଗପତି ଖଟୁଆ, ଜଗନ୍ନାଥ ପଣ୍ଡା, ଭରତ, ସତ୍ୟନାରାୟଣ ବେେହରା, ତୁଷାର ମହାନ୍ତି, ଶୁଭ୍ରାଂଶୁ ବାରିକ, ଗୋଲକ ରଣା, କମଳାକାନ୍ତ ଦାସ, ତାପସ କୁମାର ରାଉତ, ପ୍ରଦୀପ କୁମାର, ଶମ୍ଭୁନାଥ ମହାନ୍ତି, ବାମନ ଜେନା, ସରୋଜ କୁମାର ସାହୁ, ପ୍ରୀତମ କୁମାର ବାରିକଙ୍କ ସହ ହସ୍ପିଟାଲର କର୍ମଚାରୀମାନେ ରକ୍ତଦାନ କରିଥିଲେ।