କଟକ: ସିଡିଏ (ମର୍କତ ନଗର) ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଶାଖାରେ ଅଗ୍ନିକାଣ୍ଡ

କଟକ: ଶନିବାର ସକାଳେ ମର୍କତ ନଗର ସେକ୍ଟର୍‌ ୧୦ରେ ଥିବା ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆରେ ଅଗ୍ନିକାଣ୍ଡ ଘଟି ବହୁ ଆସବାବପତ୍ର, ଦଲିଲ ଓ କମ୍ପ୍ୟୁଟର୍‌ ଆଦି ପୋଡ଼ି ଯାଇଛି।

ବ୍ୟାଙ୍କ୍‌ ଘରେ ନିଆଁ ଲାଗିଥିବା କଥା ସକାଳ ପ୍ରାୟ ୭: ୩୦ରେ ଜଣାପଡ଼ିଥିଲା। ଅଗ୍ନିଶମ ବିଭାଗରୁ ଦୁଇଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାରେ ସମର୍ଥ ହୋଇଥିଲେ।

ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ନ ପଡ଼ିଥିଲେ ବି ଇଲେକ୍ଟ୍ରିକ୍‌ ସର୍ଟସର୍କିଟ୍‌ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର