ଗୁଳି କରି ସାନ ଭାଇକୁ ହତ୍ୟା

ଦେବଗଡ଼ : ଦେବଗଡ଼ ସହରରେ ଆଜି ଏକ ଚାଞ୍ଚଲ୍ୟର ହତ୍ୟାକାଣ୍ଡ ଘଟିଛି। ବଡ଼ଭାଇର ଗୁଳିମାଡ଼ରେ ସାନଭାଇ ଟଳିପଡ଼ିଛି।

ମୃତଯୁବକ ହେଲେ, ସ୍ବର୍ଗତ ବୈଷ୍ଣବ ବଳୁଆଙ୍କ ସାନ ପୁଅ ରାଜେନ୍ଦ୍ର ବଳୁଆ (୨୮)। ଆଜି ସକାଳେ ରାଜେନ୍ଦ୍ରଙ୍କ ଗୁଳିବଦ୍ଧ ମୃତଦେହକୁ ଉଦ୍ଧାର କରାଯାଇଥିଲା। ବଡ଼ ଭାଇ ସଚ୍ଚିଦାନନ୍ଦ ବଳୁଆ ତାଙ୍କୁ ଗୁଳିକରି ହତ୍ୟା କରିଥିବା ଜଣାପଡ଼ିଛି। ଏହି ଘଟଣା ପରେ ସଚ୍ଚିଦାନନ୍ଦ ଫେରାର୍‌ ହୋଇଯାଇଛନ୍ତି। ବୈଷ୍ଣବ ବଳୁଆ ରେଙ୍ଗାଳୀ ଡ୍ୟାମ ପ୍ରୋଜେକ୍ଟ ଜୋନ୍‌ ଅଫିସରେ କାର୍ଯ୍ୟରତ ଥିବା ବ‌େଳେ ତାଙ୍କ ମୃତ୍ୟୁ ଘଟିଥିଲା। ତେଣୁ ଉତ୍ତରାଧିକାରୀ ଭାବେ ଚାକିରି ପାଇବାକୁ ଦୁଇ ପୁଅ ସଚ୍ଚିଦାନନ୍ଦ ଓ ରାଜେନ୍ଦ୍ର ଆଶାୟୀ ଥିଲେ। ଯାହାକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଏବଂ ଏହି ବିବାଦରୁ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର