ଜୟପୁର: ଓଟି ଭିତରେ ସେଲ୍ଫି ଉଠାଇବା ପ୍ରସଙ୍ଗ, କ୍ଷମାମାଗିଲେ ଡାକ୍ତର

ଜୟପୁର: ଅପରେସନ ଥିଏଟର ଭିତରେ ସେଲ୍ଫି ନେବା ପ୍ରସଙ୍ଗ ଏବେ ଚର୍ଚ୍ଚାର ବିଷୟ ହୋଇଥିିବା ବେଳେ ଏହି ଘଟଣାରେ ମୁହଁ ଖୋଲିଛନ୍ତି ସମ୍ପୃକ୍ତ ଡାକ୍ତର। ନିଜ ସଫେଇରେ ଡାକ୍ତର ସସ୍ମିତା ଦାସ କହିଛନ୍ତି ଯେ ଡାକ୍ତରଖାନାର ନୂଆ ଓଟିରେ ପ୍ରଥମ ଅସ୍ତ୍ରୋପଚାର ହେଉଥିବାରୁ ସେ ଖୁସି ହୋଇ ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରଥିଲେ। ଏହି ଛୋଟ ଘଟଣା ବଡ଼ ଆକାର ନେବ ବୋଲି ସେ ଭାବି ନ ଥିଲେ। ପରେ ସେ ଏଥିପାଇଁ କ୍ଷମା ମାଗୁଛନ୍ତି ବୋଲି ଡା.ଦାସ କହିଛନ୍ତି।

ସୂଚନାଯୋଗ୍ୟ ଯେ ଗତକାଲି ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅସ୍ତ୍ରୋପଚାର କକ୍ଷରେ ଜଣେ ଗର୍ଭବତୀଙ୍କର ଅସ୍ତ୍ରୋପଚାରା କରାଯାଉଥିଲା। ଡାକ୍ତର ଡି.ବି.ତ୍ରିପାଠୀ, ଡାକ୍ତର ଆଶିଷ ପାଣିଗ୍ରାହୀ, ଡାକ୍ତର ସାଧନା ଦାସ ଏବଂ ଡାକ୍ତର ସସ୍ମିତା ଦାସ ଅସ୍ତ୍ରୋପଚାର କକ୍ଷରେ ଥିଲେ। ତେବେ ଅସ୍ତ୍ରୋପଚାର ଚାଲିଥିବା ବେଳେ ମୋବାଇଲ ନେଇ ଭିତରକୁ ଯାଇଥିବା ଡାକ୍ତର ସସ୍ମିତା ଦାସ ନିଜ ମୋବାଇଲ ଯୋଗେ ସେଲ୍‌ଫି ନେଇ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ସିଡିଏମଓ ଲଳିତ ମୋହନ ରଥ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସିଡିଏମଓ ଡା.ରଥ କହିଥିଲେ।

ସମ୍ବନ୍ଧିତ ଖବର