ହାତୀ ଆକ୍ରମଣରେ ଦୁଇବୃଦ୍ଧ ମୃତ

କଳାହାଣ୍ଡି: ଭବାନିପାଟଣାର ନର୍ଲା ବ୍ଲକ୍‌ ବାଲିସିଙ୍ଘା ପଞ୍ଚାୟତର ସେରଲୁ ଗ୍ରାମରେ ହାତୀ ଆକ୍ରମଣରେ ମଙ୍ଗଳବାର ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଦୁଇ ମୃତକଙ୍କ ନାମ କାଟନା ମାଝି (୫୯) ଓ ପିତାମ୍ବର ମାଝି(୫୦)।

ସୂଚନାଯୋଗ୍ୟ, ଆଜି ସକାଳେ ମାଝିପଡ଼ାରୁ କାମ ସାରି କାଟନା ମାଝି ଓ ପିତାମ୍ବର ମାଝି ସେରଲୁ ଗ୍ରାମକୁ ଫେରୁଥିବା ସମୟରେ ହାତୀ ହାବୁଡରେ ପଡ଼ି ଯାଇଥିଲେ। ଫଳରେ ହାତୀ ଆକ୍ରମଣରେ କାଟନା ଓ ପିତାମ୍ବରଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର