ଘରପୋଡ଼ି ବେଳେ ନାବାଳିକା ଜୀବନ୍ତଦଗ୍ଧ

ଜଗତସିଂହପୁର: ଜିଲ୍ଲା ରଘୁନାଥପୁର ଥାନା ରାଉତ ନୂଆଗାଁ ରେ ଅଘଟଣ । ଘରେ ନିଆଁ ଲାଗି 4 ବଖରା ଘର ପୋଡି ଯିବା ସହ ଜଣେ ଯୁବତୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ମୃତ ଯୁବତୀ ଏହି ଗାଁର ଅଚ୍ୟୁତାନନ୍ଦ ଦାସଙ୍କ ଝିଅ ମାମା ଦାସ । ଅଗ୍ନିକାଣ୍ଡ ର କାରଣ ଜଣା ପଡି ନାହିଁ । ଖବର ପାଇ ଜଗତସିଂହପୁର ଅଗ୍ନିସମ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁ କୁ ଆୟତ କରିଥିଲେ । ଏଥି ସହିତ ରଘୁନାଥପୁର ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇବା ସହ ଶବ ବ୍ୟବଛେଦ ପାଇଁ ପଠାଇଛି ।

ସମ୍ବନ୍ଧିତ ଖବର