ଢେଙ୍କାନାଳ: ପୃଥକ ପୃଥକ ଅଗ୍ନିକାଣ୍ଡ ଘଟଣାରେ ଜଳିଗଲା ୪ ବଖରା ଘର

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ବ୍ଲକରେ ପୃଥକ ପୃଥକ ଘଟଣାରେ ରବିବାର ୪ ବଖରା ଘର ଜଳି ଯାଇଛି। ରିପୋର୍ଟ ଅନୁସାରେ ପରଜଙ୍ଗ ତହସିଲ ଅନ୍ତର୍ଗତ ଜୟପୁରା କାଟେଣି ପଞ୍ଚାୟତ ପଦ୍ମପୁଖରୀ ଗ୍ରାମରେ ଅଗ୍ନିକାଣ୍ଡରେ ଗ୍ରାମର ଚିନ୍ତାମଣି ସାହୁଙ୍କ ଦୁଇ ବଖରା ଘର ଭସ୍ମିଭୂତ ହୋଇଛି। ଅଗ୍ନିକାଣ୍ଡରେ ନଗଦ ୫ ହଜାର ଟଙ୍କା ସହ ୫୦ ହଜାରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଛି। ଏଥି ସହି ଘରେ ଥିବା ଧାନ, ଚାଉଳ ଓ ମହୁଲ ମଧ୍ୟ ଜଳିଯାଇଥିଲା । କାମାକ୍ଷାନଗରରୁ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା।

ସେହିପରି କଙ୍କଡ଼ାହାଡ଼ ତହସିଲ ଚଟକାପସି ଗାଁର କରୁଣାକର ସାହୁଙ୍କର ଦୁଇ ବଖରା ଘର ଜଳିଯିବା ସାଙ୍ଗକୁ ଘରେ ଥିବା ସମସ୍ତ ଆସବାହ ପତ୍ର ଜଳିଯାଇଥିଲା । ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା।

ସମ୍ବନ୍ଧିତ ଖବର