ଲଜ୍‌ ରୁମ୍‌ରୁ ୪ ବାଘ ଚମଡ଼ା ଜବତ, ୭ ଗିରଫ

ଭୁବନେଶ୍ୱର: କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଶୁକ୍ରବାର କଲରାପତରିଆ ବାଘ ଚମଡ଼ା ରାକେଟ୍‌ ପର୍ଦ୍ଦାଫାଶ କରିଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଁ ସମ୍ବଲପୁର ଜିଲ୍ଲାର କୁଚିଣ୍ଡାର ଶ୍ରୀଲଜ୍‌ ଉପରେ ସନ୍ଧ୍ୟା ୬ଟାରେ ଚଢ଼ାଉ କରିଛି। ଚଢ଼ାଉ ବେଳେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ ୪ଟି ବାଘ ଚମଡ଼ା ଜବତ କରିବା ସହିିତ ଘଟଣାରେ ସଂପୃକ୍ତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଅଭିଯୁକ୍ତମାନେ ଲଜ୍‌ ରୁମ୍‌ରେ କଲରାପତରିଆ ବାଘ ଚମଡ଼ା ବିକ୍ରି ପାଇଁ ଯୋଜନା କରୁଥିଲେ। ଏବାଦଦରେ କ୍ରାଇମ୍‌ବ୍ରାଞ୍ଚକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏସ୍‌ଟିଏଫ୍‌ ତଥା ଡେପୁଟି ଏସ୍‌ପି ବିଳାଶିନୀ ନାୟକଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଛି। ଏସ୍‌ଟିଏଫ୍‌ କୁଚିଣ୍ଡା ଥାନା ଥାନା ଅନ୍ତର୍ଗତ ଟାଇଁସର ଗ୍ରାମର ସଂଜୟ ବାଗ, ଲଇକେରା ଥାନା ଅନ୍ତର୍ଗତ ଗୁଆଳି ଗ୍ରାମର ସୁନିଲ କୁମାର କାଲୋ, ସାରସପାଲି ଗାମର ଯଶରାଜ ପଟେଲ, ମୁରାଡିପାଲି ଗ୍ରାମର ଝସକେତନ ନାଏକ, କିରମିରା ଗ୍ରାମର କୈଳାଶ ମାଝୀ, ସମ୍ବଲପୁର ଜିଲ୍ଲାର ମହୁଲପାଲି ଥାନା ଅନ୍ତର୍ଗତ ଗୁଣ୍ଡୁରିପାଲି ଗ୍ରାମର ମିନକେତନ ମୁଣ୍ଡା ଏବଂ ଝୁମୁର ଗ୍ରାମର କୁମୁଦ ବାରାଙ୍କୁ ଏସ୍‌ଟିଏଫ୍‌ ଗିରଫ କରିଛି। ଏସ୍‌ଟିଏଫ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର