ବ୍ରହ୍ମପୁର: ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ସୁମନ୍ତପଲ୍ଲି ଗ୍ରାମ ଛକରେ ମେକ୍ସପିକଅପ ଗାଡି ସହ ଏକ ମୋଟରସାଇକେଲ ଧକ୍କା ହୋଇଛି। ଏହି ଧକ୍କାରେ ଦିଗପହଣ୍ଡି ଥାନାର କାର୍ଯ୍ୟରତ କନେଷ୍ଟବଳ ପ୍ରକାଶ ଚନ୍ଦ୍ର ଜେନାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସେପଟେ ଦୁର୍ଘଟଣା ଘଟାଇ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଆସିକା ପୁଲିସ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଖଲ୍ଲିକୋଟ: ପୁଣି ଜାତୀୟ ରାଜପଥ ୧୬ରେ ଦୁର୍ଘଟଣା
ଖଲ୍ଲିକୋଟ ଥାନା ଜାତୀୟ ରାଜପଥ ଗୁରାପଲ୍ଲି ଟୋଲ୍ ଗେଟ୍ ନିକଟରେ ଏକ ମାଲ ବୋଝେଇ ଟ୍ରକ୍ ଯାନ୍ତ୍ରିକ ତୃଟି ଯୋଗୁଁ ବନ୍ଦହୋଇ ଛିଡ଼ା ହୋଇଥିଲା। ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଟ୍ରକ୍ ଭାରସାମ୍ୟ ହରାଇ ଆଗରେ ଥିବା ଟ୍ରକ୍ ଧକ୍କା ଦେଇଥିଲା। ଫଳରେ ଟ୍ରକ୍ ଡ୍ରାଇଭର୍ କୁ ଗୁରୁତର ଅବସ୍ଥାରେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯାଇଛି। ଲଂଗଲେଶ୍ୱର ଠାରୁ ସାନଘାଟି ମଧ୍ୟରେ ୨ ସପ୍ତାହ ଭିତରେ ୮ରୁ ଅଧିକ ଦୁର୍ଘଟଣା ଘଟିଥିବା ବେଳେ ୪ ଜଣଙ୍କ ଜୀବନ ଯାଇଛି।