ପୁଲିସ ଏନ୍‌କାଉଣ୍ଟରରେ ୨ କୁଖ୍ୟାତ ଅପରାଧୀ ଆହତ, ହସ୍ପିଟାଲରେ ଭର୍ତ୍ତି

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଞ୍ଚଳରେ ଶନିବାର ରାତିରେ ୨ଜଣ କୁଖ୍ୟାତ ଅପରାଧୀ ପୁଲିସ ଏନ୍‌କାଉଣ୍ଟରରେ ଆହତ ହୋଇଛନ୍ତି। ସେମାନେ ହେଲେ ଗୌରୀ ସ୍ୱାଇଁ ଓ ଶ୍ରୀକାନ୍ତ ରଣା। ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ବିଶେଷ ସୂତ୍ରରୁ ସୂଚନା ପାଇଁ ପୁଲିସ ଉଭୟଙ୍କ ଉପରକୁ ଗୁଳି କରିଥିଲା। ଘଟଣାସ୍ଥଳରୁ ସେମାନେ ଫେରାର ହେବାକୁ ବାହାରି ଥିବା ବେଳେ ପୁଲିସ ଏନ୍‌କାଉଣ୍ଟର କରିଛି। ଉଭୟଙ୍କ ଗୋଡ଼ରେ ଗୁଳି ଲାଗିଛି। ବୁଗୁଡ଼ା ଥାନାର ବାଘୁଆ ଜଙ୍ଗଲରେ ଗୁଳି ବିନିମୟ ହୋଇଥିଲା। ଉଭୟଙ୍କ ନାମରେ ବିଭିନ୍ନ ଥାନାରେ ୧୫ଟି ମାମଲା ରହିଛି। ଘଟଣାସ୍ଥଳରୁ ୨ ରିଭଲଭର, ୬ ରାଉଣ୍ଡ ଜୀବନ୍ତ ଗୁଳି, ବାଇକ୍‌ (ଆପେଚେ) ଓ ଅନ୍ୟ ସାମଗ୍ରୀ ଜବତ ହୋଇଛି।

ସମ୍ବନ୍ଧିତ ଖବର