ଓଡ଼ିଶାରେ ପୁଣି ଉଭାହେଲେ ଜଣେ ଭଣ୍ଡ ବାବା, ଯୁବତୀଙ୍କ ସହିତ ଶାରୀରିକ ସଂପର୍କ!

ଭୁବନେଶ୍ୱର: କେନ୍ଦ୍ରାପଡ଼ାର ସାରଥୀ ବାବା ଓ ଭୁବନେଶ୍ୱର ଉପକଣ୍ଠ ଝିଣ୍ଟି ଶାସନର ସୁର ବାବାଙ୍କୁ ଓଡ଼ିଶାର ଲୋକେ ଭୁଲି ନଥିବା ବେଳେ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଆଉ ଜଣେ ଭଣ୍ଡ ବାବାଙ୍କ ଆବିର୍ଭାବ ହୋଇଛି। ନିଜକୁ ତ୍ରିକାଳଦର୍ଶୀ ଜ୍ୟୋତିଷର ପରିଚୟ ଦେଇ ବାବା ଜଣେ ଯୁବତୀଙ୍କ ସହିତ ଶାରୀରିକ ସଂପର୍କ ରଖିଥିବା ଅଭିଯୋଗ ହୋଇଛି। ଘଟଣା ସଂପର୍କରେ ଯୁବତୀ ଜଣକ ଏକ ଗଣମାଧ୍ୟମକୁ ଚିଠି ମାଧ୍ୟମରେ ଜଣାଇଛନ୍ତି। ଚିଠିରେ ଯୁବତୀ ଲେଖିଛନ୍ତି ଯେ, ବାବାଙ୍କ ଦ୍ୱାରା ସେ ଅସଦାଚରଣର ଶିକାର ହୋଇଛନ୍ତି। ଅନ୍ୟପଟେ ବାବା ଏହାକୁ ଖଣ୍ଡନ କରିଛନ୍ତି।

ଚିଠିରେ ଉଲ୍ଲେଖ ଥିବା ତଥ୍ୟ ଅନୁସାରେ ଯୁବତୀ ଜଣକ ଯୁକ୍ତ ପରୀକ୍ଷା ଦେବା ପରେ କ୍ୟାରିୟର ନେଇ ବାବାଙ୍କ ପାଖକୁ ଯାଇଥିଲେ। ସେଠାରେ ସେ ହାତରେ ଏକ ଡେଉଁରିଆ ଦେବାକୁ ଘର ଉପରକୁ ଡାକିଥିଲେ। ବାବା ଯେଉଁ ଘର ଉପରକୁ ଯୁବତୀଙ୍କୁ ଡାକି ନେଇଥିଲେ, ସେଠାରେ ହାଡ଼, କାତି, ଖଣ୍ଡା ସହ ମହିଳା ଓ ଯୁବତୀଙ୍କ ପୋଷାକ ପଡ଼ିଥିଲା। ବାବା କହିଥିଲେ, ଯତି ମୋ ପ୍ରସ୍ତାବରେ ରାଜି ନହୁଅ, ତା’ ହେଲେ ତନ୍ତ୍ର କରି ତୁମ ପରିବାର ଲୋକଙ୍କୁ ମାରି ଦେବି। ବାବାଙ୍କ ପାଦୁକ ପିଇ ମୁଁ ଅଚେତ ହୋଇ ପଡ଼ିଥିଲି। ଚେତା ଫେରିବା ପରେ ମୋ ଦେହରେ ଡ୍ରେସ ନଥିଲା। ଏବେ ମୁଁ ୫ ମାସର ଗର୍ଭବତୀ ଅଛି ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଦୟାନିଧିପୁର ଗାଁର ବାବା ଦିଲ୍ଲୀପ ତ୍ରିପାଠୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି। ବ୍ୟକ୍ତିଗତ ସମସ୍ୟା ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ବାବାଙ୍କ ପାଖକୁ ଯାଇଥାନ୍ତି। ବାବା ସେମାନଙ୍କୁ ଡେଉଁରିଆ ଦେଇଥାନ୍ତି। ବାବାଙ୍କୁ ଦେଖା କରିବାକୁ ଟିକେଟ ମଧ୍ୟ କରିବାକୁ ପଡ଼ିଥାଏ। ବାବାଙ୍କୁ ଲୋକେ ମାନନ୍ତି।

ସମ୍ବନ୍ଧିତ ଖବର