ପାରାଦୀପ: କଟକ-ପାରାଦୀପ ଜାତୀୟ ରାଜପଥର ପଥୁରିଆ ନିକଟରେ ବୁଧବାର ହୋଇଥିବା ସଡକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସ୍କର୍ପିଓ ଏବଂ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ସ୍କୁଟି ଆରୋହୀ ପଙ୍କପାଳ ଗ୍ରାମର ପରିକ୍ଷୀତ ଶତପଥୀ, ତାଙ୍କର ୧୦ ବର୍ଷର ପୁଅ ଅଭିଷେକ ଏବଂ ଅନ୍ୟ ଜଣେ ସଂପର୍କୀୟଙ୍କ ମୃତ୍ୟୁ ହୋଇଛି। ଏମାନେ ସମସ୍ତେ ଏକ ସ୍କୁଟିରେ କୁଜଙ୍ଗରୁ ଘରକୁ ଫେରୁଥିବା ବେଳେ ଭୁବନେଶ୍ୱରରୁ ପାରାଦ୍ଵୀପ ଆଡକୁ ଦ୍ରୁତ ଗତିରେ ଯାଉଥିବା ଏକ ସ୍କର୍ପିଓ ସହିତ ତାଙ୍କର ମୁହାଁ ମୁହିଁ ଧକ୍କା ହୋଇଥିଲା ଫଳରେ ଘଟଣାସ୍ଥଳରେ ସ୍କୁଟିରେ ଥିବା ତିନିଜଣଙ୍କ ମୃତ୍ୟୁ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଦୁର୍ଘଟଣା ପରେ ସ୍କର୍ପିଓ ମଧ୍ୟ ରାସ୍ତା କଡକୁ ଓଲଟି ପଡିଥିଲା। ଘଟଣାସ୍ଥଳରେ କୁଜଙ୍ଗ ଆଇଆଇସି ପହଞ୍ଚି ମୃତ ଦେହ ଗୁଡିକ ଜବତକରି ମେଡିକାଲ ପଠାଇଛନ୍ତି। ସ୍କର୍ପିଓ ଡ୍ରାଇଭର ସମେତ ୫ ଜଣ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ଦେଖା ଦେଇଛି। ସ୍ଥାନୀୟ ଲୋକେ କ୍ଷତିପୁରଣ ଦାବିକରି ଟାୟାର ଜାଳି କଟକ-ପାରାଦୀପ ରାସ୍ତା ଅବରୋଧ କରିଛନ୍ତି।