ଯାଜପୁର: ପରିବା ମାର୍କେଟ ବୁଲି ସଚେତନ କରାଇଲେ ଯାଜପୁର ଜିଲ୍ଲାପାଳଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ । ନିୟମ ମାନ, ମାନିଲେ ବଞ୍ଚିବା , ଏପରି ବାର୍ତା ନେଇ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଯାଜପୁର ସହରରେ ଥିବା ପରିବାର ମାର୍କେଟ ବୁଲି ଲୋକମାନଙ୍କୁ ସଚେତନ କରାଇଛନ୍ତି । ପୌର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଜିଲ୍ଲାପାଳଙ୍କ ସହ ପରିବା ମାର୍କେଟରେ ଦୂରତା ବଜାୟ ରଖି ବ୍ୟବସାୟ କରିବାକୁ ପରିବା ଦୋକାନୀମାନଙ୍କୁ ନିର୍ଦେଶ ଦେଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଜିଲ୍ଲାର ବରୀ, ଧର୍ମଶାଳା, ଜାରକା, କୁଆଖିଆ, ବ୍ୟାସନଗର ଆଦି ଅଞ୍ଚଳରେ ଏଭଳି ଲୋକମାନଙ୍କୁ ସଚେତନ କରାଯାଇଛି। କିଛି ଦିନ ବନ୍ଦ ରହିବା ପରେ ଆଜି ବ୍ୟାସନଗରରେ ରିଲାଏନ୍ସ ସ୍ମାର୍ଟ ଖୋଲିଥିବା ହେତୁ ଗ୍ରାହକଙ୍କ ଭିଡ଼ ସକାଳୁ ପରିଲକ୍ଷିତ ହେଉଛି।
ଦୋକାନ ଆଗରେ ତିଆରି ହୋଇଥିବା ବୃତ୍ତରେ ଗ୍ରାହକମାନେ ଛିଡା ହୋଇ କିଣାକିଣି କରିବାକୁ କୁହାଯାଇଛି । ଯେଉଁ ବ୍ୟବସାୟୀ ନିୟମ ଉଲ୍ଲଙ୍ଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି । ପରିବା ବଜାର ସକାଳ ୭ଟାରୁ ୧୧ଟା ଏବଂ ଅପରାହ୍ନ ୩ଟାରୁ୫ ପର୍ଯ୍ୟନ୍ତ ଖୋଲା ରହିବ । ଏହି ନିୟମକୁ ଯାଞ୍ଚ କରିବା ପାଇଁ ପୁଲିସ ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି ।
ସେପଟେ ଲକ ଡାଉନର ପ୍ରଭାବ ଦେଖିବାକୁ ମିଳିଛି ପିପିଲି ଡେଲାଙ୍ଗ ବଜାରରେ । ସମସ୍ତ ଦୋକାନବଜାର ବନ୍ଦ ରହିଛି । ରାସ୍ତା ବି ଖାଁ ଖାଁ ରହିଛି । ଲୋକମାନେ ବୁଲିବାର ଦୃଶ୍ୟ ଦେଖିବାକୁ ମିଳିନାହିଁ । ତେବେ କିଛି ସରକାର ଅଧିକାରୀ ଘରକୁ ଘର ଏବଂ ଗାଁକୁ ଗାଁ ବୁଲି ଭତ୍ତା ବଣ୍ଟନ କରୁଛନ୍ତି ।
ଅନ୍ୟପଟେ ବସ୍ତାରେ ମଧ୍ୟ ମଧ୍ୟ ରାସ୍ତା ଶୁନଶାନ ରହିଛି । ଲୋକେ ଘରୁ ବାହାରୁ ନାହାନ୍ତି । ଲକ ଡାଉନକୁ ନେଇ ବେଶ ସଚେତନ ଅଛନ୍ତି ଲୋକେ । ତେବେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବା ପାଇଁ ହିଁ କିଛି ଲୋକ ବାହାରକୁ ବାହାରୁଛନ୍ତି ।