ଡକାୟତି ଯୋଜନା ପଣ୍ଡ, ୩ଗିରଫ

ଯାଜପୁର: ଯାଯପୁରରୋଡ଼ ପୁଲିସ ଶୁକ୍ରବାର ରାତିରେ ଡକାୟତ ଗ୍ୟାଙ୍ଗର ୩ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ଚରଦା ବାଇପାସ ନିକଟରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ, ପୁଲିସ ବିଶେଷ ସୂତ୍ରରୁ ସୂଚନା ପାଇ ଚଢ଼ାଉ କରିଥିଲା। ପୁଲସି ଘଟଣାସ୍ଥଳରୁ ୨ଜଣଙ୍କୁ ଗିରଫ କରିଥିବା ବେଳେ, ପଚରାଉଚରା ବେଳେ ଆଉ ଜଣେ ଡକାୟତ ଯୋଜନାରେ ସଂପୃକ୍ତ ଥିବା ଜଣାପଡ଼ିଥିଲା। ୩ୟ ବ୍ୟକ୍ତି ହୋଟେଲ ‘ସୂର୍ଯ୍ୟାଂଶୁ’ରୁ ଗିରଫ କରାଯାଇଥିଲା। ପୁଲିସ ଘଟଣାସ୍ଥଳରୁ ୪ଟି ମାଉଜର ଓ ୮୦ ରାଉଣ୍ଡ ଗୁଳି ଜବତ ହୋଇଛି। ଯାଜପୁର ଏସପିଙ୍କ ନିୟନ୍ତ୍ରଣରେ ଡକାୟତମାନେ ଥିବା ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର