ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ

ଭବାନୀପାଟଣା: ଥୁଆମୂଳ ରାମପୁର ବ୍ଲକରେ ବହୁ ବୁଢ଼ାବୁଢ଼ୀ ଯୋଗ୍ୟ ଥିଲେ ମଧ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଥୁଆମୂଳ ପଞ୍ଚାୟତ ଭଟାଗୁଡ଼ା ଗାଁର କେମେଲ ପରାଭୋଇଙ୍କୁ ଶହେ ବର୍ଷରୁ ଅଧିକ ବୟସ ହୋଇଥିବା ବେଳେ ତାଙ୍କୁ ଏ ପର୍ଯ୍ୟନ୍ତ ଭତ୍ତା ମଧ୍ୟ ମିଳି ନାହିଁ। ସେହିଭଳି ତାଙ୍କ ବଡ଼ ପୁଅ ବଣ୍ଡାକା ପରାଭୋଏ (୬୪), ସାନପୁଅ ମାହାରୁ ପରାଭୋଏ (୫୮) ଓ ବିଧବା ଝିଅ କାରଗାଏ ପରାଭୋଏ(୭୨)ଙ୍କୁ ମଧ୍ୟ ଭତ୍ତା ମିଳି ନାହିଁ। କାମ କରିବା ପାଇଁ ମଧ୍ୟ ଏମାନେ ଅକ୍ଷମ। ଅନେକ ଥର ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଅବେଦନ କରିଥିଲେ ମଧ୍ୟ ଏମାନଙ୍କୁ ଅଧିକାରୀମାନେ ଅଣଦେଖା କରାଯାଉଥିବା ନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି। କିଛି ନିର୍ବାଚିତ ପ୍ରତିନିଧି ଓ ଅଧିକାରୀଙ୍କୁ ହାତଗୁଞ୍ଜା ଟଙ୍କା ଦେଇପାରୁ ନଥିବା ଯୋଗୁଁ ଭତ୍ତା ପାଇଁ ବଞ୍ଚିତ ହେଉଛନ୍ତି ବୋଲି ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ସେହିଭଳି ଏହି ବ୍ଲକର ଦୁର୍ଗମ ଅଞ୍ଚଳ ମଧ୍ୟରେ ବାସ କରୁଥିବା ବହୁ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି। ଜିଲ୍ଲାପାଳ ଏନେଇ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର