ୟୁଜିବିରୁ ୧ କୋଟି ୨୩ ଲକ୍ଷ ଟଙ୍କା ହଡ଼ପ : ଶାଖା ପରିଚାଳକ, କ୍ୟାସିଅର ଜେଲ୍‌ଗଲେ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଠାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କ (ୟୁଜିବି) ଶାଖାରୁ ୧ କୋଟି ୨୩ ଲକ୍ଷ ୩୦ ହଜାାର ୧୮୦ ଟଙ୍କା ହଡ଼ପ ହୋଇଛି। ଚଞ୍ଚକତକା କରି ଏହି ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ସଂପୃକ୍ତ ବ୍ୟାଙ୍କ ଶାଖାର ପରିଚାଳକ ପ୍ରବୀଣ ର˚ଜନ ଠାକୁର ଓ କ୍ୟାସିଅର ଲଳିତ ଶବରଙ୍କୁ ପୁଲିସ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଥିଲା। ହେଲେ ଜାମିନ ଆବେଦନ ଖାରଜ ହୋଇଯିବାରୁ ଉଭୟଙ୍କୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର