କନ୍ଧମାଳ: ନିଆଁ ପୁଇଁବା ବେଳେ ନିଆଁ ଲାଗି ମହିଳା ଗୁରୁତର

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାରେ ଶୀତ ଲହରୀ ଜାରି ରହିଛି। ଏହି ଶୀତରୁ ରକ୍ଷା ପାଇବା ପାଇଁ ଗରିବ ଲୋକମାନେ କାଠ ଜାଳି ନିଆଁ ପୁଇଁ ଥାନ୍ତି। ଏଭଳି ଶୀତରୁ ଟିକିଏ ମୁକ୍ତି ପାଇଁ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଲକ୍ଷ ପଞ୍ଚାୟତର ଲିଙ୍ଗର ମହା ଗ୍ରାମର ପିଙ୍କି ଦିଗାଲ ନାମକ ଜଣେ ମହିଳା ଘରର କାଠ ଚୁଲି ନିକଟରେ ଛିଡା ହୋଇ ନିଆଁ ପୁଇଁବା ବେଳେ ଦେହରେ ନିଆଁ ଲାଗି ପୋଡି ହେବା ଭଳି ଅଘଟଣ ଘଟିଛି। ଯାହା ଫଳରେ ମହିଳାଙ୍କୁ ଗୁରୁତର ହୋଇ ୧୦୮ଆମ୍ବୁଲାନ୍‌ସରେ ଆସି ବାଲିଗୁଡା ଉପଖଣ୍ଡ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି।

ବାଲିଗୁଡା ଉପଖଣ୍ଡର ଡାକ୍ତର ବିଭୁ କିଶୋର ଧଳ ଚିକତ୍ସା କରିବା ସହ ଦେହର ୨୩ ଭାଗ ପୋଡି ଥିବା କହିଛନ୍ତି। ପିଙ୍କିର ସ୍ୱାମୀ ବାବୁନା ନାୟକ କହିନ୍ତି ଯେ ଆଜି ସକାଳୁ ଉଠିବା ପରେ ମୁଁ ଅଟୋ ଧରି ବାଲିଗୁଡା ଯିବା ପାଇଁ ବାହାରିଲି ଏତିକି ବେଳେ ମୁଁ କୃତମଗଡ଼ ନିକଟରେ ପହଂଚି ବା ପରେ ଖବର ପାଇ ଘରେ ଯାଇ ଦେଖିବା ବେଳକୁ ସ୍ତ୍ରୀ ପୋଡି ହୋଇ ଯାଇଛି। ସାଙ୍ଗେ ସାଙ୍ଗେ ୧୦୮ ଆମ୍ବୁଲାନ୍‌ସ ଡାକି ବାଲିଗୁଡା ଅଣିଥିଲୁ।

ସମ୍ବନ୍ଧିତ ଖବର