ଛାତ୍ରୀଙ୍କ ସନ୍ତାନ ପ୍ରସବ ଘଟଣା: ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପାଳ

ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ନିବସରେ ଛାତ୍ରୀଙ୍କ ସନ୍ତାନ ପ୍ରସବ ଘଟଣାରେ ଆଜି କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦା ଡି’ ବିଦ୍ୟାଳୟ ଓ ଛାତ୍ରୀନିବସ ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ବାଲିଗୁଡ଼ା ଉପଜିଲ୍ଲାପାଳ ସିନ୍ଧେ ଦତ୍ତା‌ତ୍ରେୟ ଭାଉସାହେବ ଓ ପିଏ ଆଇଟିଡିଏ ରାଜେନ୍ଦ୍ର ରଣଜିତ ଉପସ୍ଥିତ ଥିଲେ । ସ୍ବାଭାବିକ ଶିକ୍ଷାଦାନ ଓ ଛାତ୍ରୀନିବାସରେ ଅନ୍ତେବାସୀଙ୍କ ସୁରକ୍ଷା ନେଇ ଜିଲ୍ଲାପାଳ ଶିକ୍ଷକ ମାନଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି ।
ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ରାଜ୍ୟକାର୍ଯ୍ୟ କାରିଣୀ ସଦସ୍ୟା ଅଜନ୍ତି ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବିଦ୍ୟାଳୟ ପରିଦର୍ଶନ କରିବା ସହ ପ୍ରଧାନ ଶିକ୍ଷୟିତ୍ରୀ ଝୁନୁରାଣୀ ପ୍ରଧାନଙ୍କ ସହିତ  ଆଲୋଚନା କରିଥିଲେ। ବ୍ଳକ କଂଗ୍ରେସ ସଭାପତି କାଳିପ୍ରସାଦ ମଲିକ, ସୁରେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର