୩ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଫେରାର ଅଭିଯୁକ୍ତ ଗିରଫ

କେନ୍ଦ୍ରାପଡ଼ା: ବହୁ ଚର୍ଚ୍ଚିତ ରାଜକନିକା ଥାନା ଅନ୍ତର୍ଗତ କୋଠାସାହିରେ ଚଳିତ ମାସର ପ୍ରଥମ ସପ୍ତାହରେ ଜଣେ ୩ ମାସର ନାବାଳିକାଙ୍କୁ ଦୁଷ୍କର୍ମ ପରେ ଫେରାର ଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଏଠାରେ ଗୁରୁବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ଦୟାନିଧୀ ଗୋଚ୍ଛାୟତ ମିଡିଆ ପ୍ରତିନିଧୀଙ୍କୁ ସୂଚନା ଦେଇଛନ୍ତି। ଆଇଆଇସି ସନ୍ଧ୍ୟାରାଣୀ ବେଉରିଆଙ୍କ ଉପସ୍ଥିତିରେ ଗୋଚ୍ଛାୟତ କହିଛନ୍ତି, ରମେଶ ମଲ୍ଲିକଙ୍କ ପୁଅ ଅଭିଯୁକ୍ତ ରାଜେଶ ମଲ୍ଲିକ ଦୁଷ୍କର୍ମ ପରେ ଫେରାର ଥିଲା। ରାଜେଶକୁ ଗିରଫ କରିବା ପାଇଁ ସେହି ଦିନ ଠାରୁ ଯୋଜନା ପ୍ରସ୍ତୁତ କରିଥିଲା। ସେ ଏକାକୀ ଯାଉଥିବା ବେଳେ ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ଚଢ଼ାଉ କରି ଗିରଫ କରିଥିଲା।

ଗୋଚ୍ଛାୟତ କହିଛନ୍ତି, ଦୁଷ୍କର୍ମ ମାମଲାରେ ସଂପୃକ୍ତ ରାଜେଶ ପୂର୍ବରୁ ମଧ୍ୟ ଜେଲ ଯାଇଥିଲା। ଛଅ ମାସ ତଳେ ସେ ଜେଲରୁ ବାହାରିଥିଲା।

ସମ୍ବନ୍ଧିତ ଖବର