ଦୋକାନ ଆଗରୁ ୨୫ ଲକ୍ଷର ଅଳଙ୍କାର ଲୁଟ୍‌

ଢେଙ୍କିକୋଟ : ଘଟଗାଁ ଥାନା ଢେଙ୍କିକୋଟ ବଜାର ସ୍ଥିତ ‘କୈଳାସ ଜୁଏଲାରୀ’ ସମ୍ମୁଖରୁ ଆଜି ସକାଳେ ୨୫ ଲକ୍ଷ ଟଙ୍କାର ସୁନା ଗହଣା ଭର୍ତି ଏକ ବ୍ୟାଗ୍‌ କୌଣସି ଦୁର୍ବୃତ୍ତ ଲୁଟିି ନେଇଛି। ଦୋକାନ ମାଲିକ ମନ୍ମଥ ରଣା ଏ ସଂପର୍କରେ ଢେଙ୍କିକୋଟ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ପୁଲିସ ତନାଘନା ଚଳାଇଥିବାବେଳେ ଲୁଟେରାର ସନ୍ଧାନ ପାଇନାହିଁ।

ପୁଲିସ ସୂତ୍ରରୁ ପ୍ରକାଶ, କୈଳାସ ଜୁଏଲାରୀର ମାଲିକ ଶ୍ରୀ ରଣା ଆଜି ପୂର୍ବାହ୍‌ଣ ସାଢ଼େ ୮ଟାବେଳେ ଏକ ବ୍ୟାଗ୍‌ରେ ସୁନା ଗହଣା ଧରି ଦୋକାନରେ ପହଞ୍ଚିଥିଲେ। ପାଖ ସିମେଣ୍ଟ ବେଞ୍ଚରେ ବ୍ୟାଗ୍‌ ରଖିି ସେ ଦୋକାନ ସଟର୍‌ ତାଲା ଖୋଲିଥିଲେ। ପୂର୍ବରୁ କେହି ତାଲା ଭିତରେ ବାଲି ଭର୍ତି କରିଥିବାରୁ ତାହା ଖୋଲିବାରେ ବିଳମ୍ବ ହୋଇଥିଲା। ଏହି ସମୟରେ ତାଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ କୌଣସି ଦୁର୍ବୃୃତ୍ତ ତାଙ୍କ ଗହଣା ବ୍ୟାଗ୍‌ ଧରି ଚମ୍ପଟ ମାରିଥିଲା। ବ୍ୟାଗ୍‌ରେ ପ୍ରାୟ ୨୫ ଲକ୍ଷ ଟଙ୍କାର ସୁନାଗହଣା ଥିଲା ବୋଲି ଶ୍ରୀ ରଣା ଫାଣ୍ଡିରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର