Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in
ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

ପୁଲିସର ଅକ୍ରୋଶମୂଳକ ଗିରଫଦାରୀ,୧୭ଜଣଙ୍କୁ ଗିରଫ ପ୍ରତିବାଦରେ ଥାନା ଘେରାଉ

କେନ୍ଦୁଝର: ଯୋଡା ଓ ବାମେବାରୀ, ବଡ଼ବିଲ, ରୁଗୁଡି, ବଲାଣୀ ଥାନା ଅଞ୍ଚଳରୁ ସୋମବାର ପୁଲିସ ପ୍ରାୟ ୧୭ଜଣଙ୍କୁ ଗିରଫ କରିଛି । ବେଆଇନ ଚାନ୍ଦା ଆଦାୟ କରିବା, ଖଣିଗୁଡିକ ଉପରେ ଧମକ ଚମକ ଦେଇ ପରିବହନ କରିବା ଏବଂ ଆର୍ମସ୍‌ ଆକ୍ଟରେ ଏମାନଙ୍କୁ ଗତ ରାତିରେ ଗିରଫ କରିବା ପରେ ଆଜି ସଂପୃକ୍ତ ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

ଚମ୍ପୁଆରେ ହାଡ଼ଭଙ୍ଗା ଶୀତ, ଦୁଇ ଜଣଙ୍କ ମୃତ୍ୟୁ

ଚମ୍ପୁଆ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଥିବା ବେଳେ ଏହାର ପ୍ରକୋପରେ ଦୁଇଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଚମ୍ପୁଆ ଅଞ୍ଚଳରେ ଏକ ସପ୍ତାହ ହେଲା ଶୀତ ଲହରି ଜାରି ରହିଛି। ଗତକାଲି ଚମ୍ପୁଆର ତାପମାତ୍ରା ୧୦…
ଅଧିକ ଖବର ଦେଖନ୍ତୁ...

‘ଚାଷୀକୁଳ ତାତିଲେ ପରିସ୍ଥିତି ଅସମ୍ଭାଳ ହେବ’

କୃଷକଙ୍କୁ ଉତ୍ପାଦିତ ସାମଗ୍ରୀର ଉଚିତ୍‌ ମୂଲ୍ୟ ଦେଉ କେନ୍ଦ୍ର ଚାଷୀଙ୍କୁ ସର୍ବନିମ୍ନ ୫ହଜାର ଟଙ୍କା ଦେଉ ରାଜ୍ୟ ଘଟଗାଁ/କେନ୍ଦୁଝର : କୃଷକଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ଉଚିତ୍‌ ମୂଲ୍ୟ ପ୍ରଦାନ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ। କୃଷକଙ୍କୁ ସର୍ବନିମ୍ନ ୫ ହଜାର ଟଙ୍କାର…
ଅଧିକ ଖବର ଦେଖନ୍ତୁ...

ଚାଷୀଙ୍କୁ ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ନମିଳିବାଯାଏ ଆନ୍ଦୋଳନ ଜାରି ରହିବ: ସୌମ୍ୟରଂଜନ ପଟ୍ଟନାୟକ

କେନ୍ଦୁଝର: ରାଜ୍ୟ ସରକାର ଚାଷୀଙ୍କୁ ଉପଯୁକ୍ତ ସମ୍ମାନ ଦେଇ ପାରି ନାହାଁନ୍ତି। ଧାନର ଅଭାବୀ ବିକ୍ରି ଯୋଗୁଁ ଚାଷୀମାନେ ଘୋର କ୍ଷତିର ସମ୍ମୁଖୀନ ହେଉଛନ୍ତି ବୋଲି ‘ନବନିର୍ମାଣ କୃଷକ ସଂଗଠନ’ର ମୁଖ୍ୟ ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି। କେନ୍ଦୁଝର ଜିଲ୍ଲା ଘଟଗାଁର ତହସିଲ କାର୍ଯ୍ୟାଳୟ…
ଅଧିକ ଖବର ଦେଖନ୍ତୁ...

ମୋବାଇଲ୍‌ ଟାଓ୍ଵାର୍‌ରେ ନିଆଁ

କେନ୍ଦୁଝର : କେନ୍ଦୁଝର ସହର ଜନ ଗହଳିପୂର୍ଣ୍ଣ ମାଗୁର ଗାଡ଼ିଆ ଅଞ୍ଚଳସ୍ଥିତ ଏୟାର୍‌ସେଲ୍‌ ମୋବାଇଲ୍‌ ଟାଓ୍ଵାର୍‌ରେ ଆଜି ରାତି ପ୍ରାୟ ୧୦ଟା ସମୟରେ ନିଆଁ ଲାଗି ଯାଇଛି। ବିଦ୍ୟୁତ୍‌ ସର୍ଟସର୍କିଟ୍‌ ଯୋଗୁ ଅଘଟଣ ଘଟିଥିବା ଅନୁମାନ କରାଯାଉଛି। ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ…
ଅଧିକ ଖବର ଦେଖନ୍ତୁ...

ବନ୍ଦ ହେଲା କେନ୍ଦୁଝର ଜିଲ୍ଲାର ୩ଟି ବଡ ଖଣି

ହଜାର ହଜାର ଶ୍ରମିକଙ୍କ ଦାନାପାଣି ବନ୍ଦ ଯୋଡା : ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଜୋରିମାନା ଟଙ୍କା ଦେଇ ନ ପାରିବାରୁ ଯୋଡା ଖଣି ମଣ୍ଡଳର ୩ଟି ଖଣିକୁ ବନ୍ଦ କରିବା ପାଇଁ ଆଜି ଖଣି ବିଭାଗ ପକ୍ଷରୁ ନୋଟିସ୍‌ ଦିଆଯାଇଛି। ଏହି ଖଣିଗୁଡିକ ହେଲା ବଳଦାରେ ଥିବା ସିରାଜୁଦ୍ଦିନ୍‌ ଖଣି,…
ଅଧିକ ଖବର ଦେଖନ୍ତୁ...

ନବବର୍ଷରେ ଘଟଗାଁ ତାରିଣୀ ପୀଠରେ ଲକ୍ଷାଧିକ ଭକ୍ତ

ଘଟଗାଁ : ଇଂରାଜୀ ନବବର୍ଷ ଉପଲକ୍ଷେ ରାଜ୍ୟର ଅନ୍ୟତମ ଶକ୍ତିପୀଠ ଘଟଗାଁ ତାରିଣୀ ପୀଠରେ ଆଜି ଲକ୍ଷାଧିକ ଭକ୍ତ ମାଆଙ୍କ ସୁନାବେଶ ଦର୍ଶନ କରିଛନ୍ତି। ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ପ୍ରତ୍ୟୁଷରେ ପୂଜକ ମୋହନ ଦେହୁରୀ,…
ଅଧିକ ଖବର ଦେଖନ୍ତୁ...

୩୨ ଖଣି ଲିଜ୍‌ଧାରୀଙ୍କଠାରୁ ଆଦାୟ ହେଲା ୪୩୧୮ କୋଟି 

ବଡ ଖଣି କମ୍ପାନି ଦେଲେନି ଜୋରିମାନା, ବନ୍ଦ ହେବ ୩୭ ଖଣି ଯୋଡା : ଖଣି ଲିଜ୍‌ଧାରୀଙ୍କ ପାଇଁ ସରିଲା ସୁପ୍ରିମକୋର୍ଟଙ୍କ ଡେଡ୍‌ ଲାଇନ୍‌। ଲିଜ୍‌ ଏରିଆ ବାହାରେ ଅଧିକ ଖଣିଜ ଉତ୍ତୋଳନ କାରଣରୁ କେନ୍ଦୁଝର ଜିଲ୍ଲା ଯୋଡା ଖଣି ମଣ୍ଡଳରୁ ୪୩୧୮ କୋଟି ଟଙ୍କା ଜୋରିମାନା ଆଦାୟ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ପଞ୍ଚାୟତ ଅର୍ଥ ହେରଫେର ଘଟଣାରେ ଭିଜିଲାନ୍ସ ବିଭାଗର ଖୋଳତାଡ

ଚମ୍ପୁଆ: ଚମ୍ପୁଆ ବ୍ଲକ ସରେଇ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟରେ ହୋଇଥିବା ହେରଫେର ନେଇ ଭିଜିଲାନ୍ସ ପକ୍ଷରୁ ଖୋଳତାଡ ହୋଇଛିି। ଗତକାଲି ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଚମ୍ପୁଆ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲେ। ସୂଚନାଯୋଗ୍ୟ, ପୂର୍ବ ସରପଞ୍ଚ ଓ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ଆବାସ ଛାତ ଭୁଶୁଡି ହିତାଧିକାରୀଙ୍କ ମୃତ୍ୟୁ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଏରେଣ୍ଡେଇ ଗାଁ’ରେ ନିର୍ମାଣାଧୀନ ପ୍ରଧାନମନ୍ତ୍ରୀ ଆବାସର ଛାତ ଭୁଶୁଡି ପଡ଼ିବାରୁ ହିତାଧିକାରୀ ବାଇଧର ନାଏକ (୪୫)ଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଏରେଣ୍ଡେଇ ବଳଭଦ୍ରସାହିର ବାଇଧର ନାଏକଙ୍କୁ ବ୍ଲକ୍‌ ତରଫରୁ ପ୍ରଧାନମନ୍ତ୍ରୀ ଆବାସ…
ଅଧିକ ଖବର ଦେଖନ୍ତୁ...