ବିଦ୍ୟୁତ ବିଭାଗର ବିଚିତ୍ର ନିତି: ପୋଡିଯାଇଛି ପାଣି ମୋଟର, ବିଲ୍‌ ଆସୁଥିବା ଅଭିଯୋଗ କଲେ ଚାଷି

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ କାନାଗାଁରେ ପ୍ରାୟ ୫୦ ଏକର ଜମିରେ ଗତ ୨ବର୍ଷ ତଳେ ଉଠାଜଳ ସେଚନ ବିଭାଗ ତରଫରୁ ୧୫ଟି ଲିଫ୍‌ଟ ପଏଣ୍ଟ ମାଧ୍ୟମରେ ଚାଷ କାର୍ଯ୍ୟ ଆରମ୍ଭ କରାଯାଇଥିଲାା ଚାଷ କାର୍ଯ୍ୟ ସକାଶେ ଆବଶ୍ୟକ ସୁବିଧା ସହ ଲିଫ୍‌ଟ ପଏଣ୍ଟ ଦ୍ୱାରା ଜଳସେଚନ କାର୍ଯ୍ୟ ଉଠାଜଳ ସେଚନ ବିଭାଗ ଦ୍ୱାରା କରାଯାଇ ଚାଷିଙ୍କୁ ହସ୍ତାନ୍ତର କରାଯାଇଥିଲା ସେଠାକାର ଚାଷିମାନେ ଗୋଟିଏ ବର୍ଷ ଭଲ ଭାବେ ଚାଷ କାର୍ଯ୍ୟ କରିଛନ୍ତ କି ନାହିଁ ୧୫ଟି ଲିଫ୍‌ଟ ମଧ୍ୟରୁ ୧୩ ଟି ଲିଫ୍‌ଟ ପଏଣ୍ଟରୁ ମୋଟର ଗୁଡିକ ପୋଡି ଯାଇଥିଲାା ଏପରିକି ଅଧିକାଂଶ ଲିଫଟ୍‌ ପଏଣ୍ଟ ଗୁଡିକ ଅଚଳ ହୋଇପଡିବା ସହ ‘ସରକାର୍‌ କା ମାଲ୍‌ ଦରିଆ ମେ ଡାଲ୍‌’ ନିତିରେ ଅବ୍ୟବହୃତ ହୋଇ ପାଣି ମୋଟର ଗୁଡିକ ପଡି ରହିଲାାଏନେଇ ବିଭାଗକୁ ବାରମ୍ବର କହିବା ସତ୍ୱେ ଉଠା ଜଳସେଚନ ବିଭାଗ କୌଣସି ପଦକ୍ଷେର ନନେବା କାରଣରୁ ଚାଷି ନିରାଶ ହୋଇ ରହିଯାଇଥିଲୋ

ବର୍ତମାନ ଲିଫ୍‌ଟ ପଏଣ୍ଟ ନଚାଲିବାରେ ଯେତିକି କ୍ଷତି ସହିଲେ ତ ଚାଷି ସହିଲେ କିନ୍ତୁ ତାଠାରୁ ଅଧିକ ଦୁଖ ବର୍ତମାନ ବିନା ଲିଫଟ ପଏଣ୍ଟରେ ମାସିକ ବିଦ୍ୟୁତ ବିଭାଗ ତରଫରୁ ୧୫ ରୁ ୧୮ ହଜାର ପର୍ଯ୍ୟନ୍ତ ବିଲ୍‌ ଆସିବା ଘଟଣାା ବାରମ୍ବାର କାନାଗାଁ ଅଞ୍ଚଳର ଚାଷି ଏନେଇ ବିଦ୍ୟୁତ ବିଭାଗକୁ କହିବା ସତ୍ୱେ ଓ ପୁର୍ବରୁ କିଛି କିଛି ଟଙ୍କା ପଇଠ କରିଥିବା ସତ୍ୱେ ସେମାନଙ୍କୁ ସେମାନଙ୍କ ବନ୍ଧା ଯାଇଥିବା ଟଙ୍କା କଟାନଯାଇ ପୁନର୍ବାର ବିଲ୍‌ ଆସୁଥିବା

ସେମାନେ ଅଭିଯୋଗ କରିଛନ୍ତିା ଏପରିକି ମଙ୍ଗଳବାର ଅନେକ ଚାଷି ଲକ୍ଷ୍ମୀପୁର ସାଉଥ୍‌ କୋ କାର୍ଯ୍ୟାଳୟରେ ପହଞ୍ଚି ବିଭାଗୀୟ ସହକାରୀ ଯନ୍ତ୍ରୀ ତୁଷାର କାନ୍ତ ରାଉତଙ୍କ ପାଖରେ ଅଭିଯୋଗ କରିଛନ୍ତିିା ସେମାନେ ପାଇଥିବା ଇଲେକଟ୍ରି ବିଲ୍‌ ଖଣ୍ଡିକ ଲେଖାଏ ଧରି ଅଭିଯୋଗ କରିଥିବା ବେଳେ ଅଞ୍ଚଳରେ ବିଦ୍ୟୁତ ବିଭାଗ ର ଯନ୍ତ୍ରୀ ଓ କର୍ମଚାରୀ ପହଞ୍ଚି ତଦନ୍ତ କରିବା ପରେ ବିଲ୍‌ ଉପରେ ଚାଷି ଙ୍କ ସମସ୍ୟା ପ୍ରତି ଦେଖାଯିବ ବୋଲି ସହକାରୀ ଯନ୍ତ୍ରୀ ପ୍ରକାଶ କରିଥିଲୋକାନାଗାଁର ସାମାୟା ପାଲ୍ଲା,ସିଙ୍ଗା ଓ୍ଵାଟେକା, ଗାଙ୍ଗାନ୍ନା ଓ୍ଵାଟେକା, କ୍ରୀଷ୍ନା ପିଡିକାଙ୍କ ସମେତ ଅନେକ ଚାଷି ଅବିଯୋଗ କରିବା ପାଇଁ ଲକ୍ଷ୍ମୀପୁରରେ ପହଞ୍ଚିଥିଲୋ

ସମ୍ବନ୍ଧିତ ଖବର