ବିଦ୍ୟୁତ ସଂଯୋଗ ନଥିବା କାରଣରୁ ଅଳ୍ପକେ ବର୍ତିଲା ହିରାଖଣ୍ଡ ଟ୍ରେନ୍
କେଆର୍ ଲାଇନ୍ ଟନେଲ୍ ଭିତରେ ୫ଘଣ୍ଟା ଧରି ଫସି ରହିଲା, ଟ୍ରାକ୍ ଉପରେ ପଡିଲା ବିଦ୍ୟୁତ୍ ତାର
ଲକ୍ଷ୍ମୀପୁର: ଜଗଦଲପୁରରୁ ଭୂବନେଶ୍ୱର ଅଭିମୁଖେ ଯାଉଥିବା ହିରାଖଣ୍ଡ ଟ୍ରେନ ସୋମବାର ରାତିରେ ପୁଣି ଥରେ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ସୋମବାର ରାତ୍ର ୮ଟା ୫୧ ମିନିଟ୍ରେ ଟିକିରି ଷ୍ଟେସନ୍ରୁ ରାଉଳି ଅଭିମୁଖେ ଛାଡିଥିଲା ହିରାଖଣ୍ଡ ଟ୍ରେନ୍। ରାତି ୯ଟା ୨୦ ସୁଧା ରାଉଳି ଷ୍ଟେଷନରେ ପହଞ୍ଚିବାର ଥିଲା କିନ୍ତୁ ଏହା ପୂର୍ବରୁ ମଝିରେ ଥିବା ୮ ନମ୍ବର ଟନେଲ୍ ଠାରେ ବିଦ୍ୟୁତ ଖୁଣ୍ଟ ସମେତ ଓ୍ଵାୟାର ପଡିରହିଥିବା ଅବସ୍ଥାରେ ହିରାଖଣ୍ଡ ମାଡି ଚାଲିଯାଇଥିଲା କିନ୍ତୁ ଟ୍ରାକ୍ ମ୍ୟାନ ବିଜେନ୍ଦ୍ର ସେନାପତି ଟ୍ରେନ ଡ୍ରାଇଭରଙ୍କୁ ସଙ୍କେତ ଦେବାସହ ଟ୍ରେନ୍କୁ ଅଟକାଇବାରେ ସଫଳ ହୋଇପାରିଥିବା କାରଣରୁ ହିରାଖଣ୍ଡ ଟ୍ରେନ୍ ଅଳ୍ପକେ ବଡ ଦୁର୍ଘଟଣାରୁ ରକ୍ଷା ପାଇଯାଇଥିଲାା ୧୫ ରୁ ୧୮ ମିନିଟ୍ର ରାସ୍ତାକୁ ରାତି ୯ଟା ୨୦ ପର୍ଯ୍ୟନ୍ତ ରାଉଳି ଷ୍ଟେସନ୍ ଠାରେ ହିରାଖଣ୍ଡ ଟ୍ରେନ୍ ପହଞ୍ଚିନଥିବା ଜାଣି ଉଭୟ ରାଉଳି ଓ ଟିକିରି ଷ୍ଟେସନ ମାଷ୍ଟର ଅଜିତ୍ ଭୋୟେ ସନ୍ଦେହ ପ୍ରକାଶ କରିଥିବା ବେଳେ ପାଖାପାଖି ୯ଟା ୪୦ ମିନିଟ୍ରେ ଉକ୍ତ ଟ୍ରାକ୍ ମ୍ୟାନ ଜଣକ ମୋବାଇଲ୍ ଟାୱାର ଆସୁଥିବା ସ୍ଥାନରେ ପହଞ୍ଚି ଟିକିରି ଷ୍ଟେଷନ ମାଷ୍ଟରଙ୍କୁ ଘଟଣା ସଂର୍କରେ ଅବଗତ କରାଇଥିଲୋ
Sambad is now on WhatsApp
Join and get latest news updates delivered to you via WhatsApp
ଟ୍ରାକ୍ ଉପରେ ୱାୟାର
ଟିକିରି ଷ୍ଟେଷନ ମାଷ୍ଟର ୱାଲଟିୟର ଡିଭିଜନ୍କୁ ଖବର ଜଣାଇବା ସହ ରାତି ୯ଟା ୪୫ ମିନିଟ୍ ସମୟରେ ଟିକିରିରୁ ଏକ୍ ରିଲିଫ ଟ୍ରେନ୍ ଟନେଲ୍ ନିକଟରେ ପହଞ୍ଚି କାର୍ଯ୍ୟ ଆରମ୍ଭ କରିଥିଲା। ପୁଣି ସାଢେ ୧୦ଟାରେ ରାଉଳିରୁ ପୁଣି ଏକ ରିଲିଫ ଟିମ୍ ପହଞ୍ଚି ଥିଲା ଟନେଲ୍ ନିକଟରେ । ପାଖାପାଖି ୫ ଘଣ୍ଟା ଧରି ଉଧାରକାରୀ ଦଳ ଟ୍ରାକ୍ ଉପରେ ପଡିଥିବା ୱାୟାର, ବଙ୍କା ହୋଇଯାଇଥିବା ପୋଲ ଗୁଡିକକୁ କାଢିବା ସହ ଟ୍ରେନ୍ର ଚକା ଗୁଡିକରେ ଗୁଡେଇ ହୋଇ ରହିଥିବା ଇଲେକଟ୍ରି ୱାୟାର ଗୁଡିକ କଢାଯିବା ପରେ ରାତ୍ର ଗୋଟାଏ ୪୫ ମିନିଟରେ ପୁଣି ରାୟଗଡା ଅଭିମୂଖେ ଛାଡିଥିଲା ହିରାଖଣ୍ଡ ଟ୍ରେନ୍ ।
କର୍ମଚାରୀଙ୍କ ଡ୍ୟୁଟିରେ ଅବହେଳା ଅଭିଯୋଗ
ବର୍ତମାନ ପ୍ରଶ୍ନ ଉଠୁଛି ଟନେଲ୍ ଭିତରେ କିପରି ଇଲେକଟ୍ରି ପୋଲ୍ ବଙ୍କା ହୋଇ ଟ୍ରାକ୍ ନିକଟକୁ ଚାଲିଆସିଥିଲା ଓ ୱାୟାର ଗୁଡିକ ମଧ୍ୟ ଓହଳି ରହିବା ସହ ଟ୍ରାକ ଉପରେ ପଡିରହିଥିଲା। ଯଦି ଏତେସବୁ ଘଟଣା ଟନେଲ୍ ଭିତରେ ହୋଇଛି ତାହେଲେ ହିରାଖଣ୍ଡ ଟ୍ରେନ୍କୁ ଟିକିରି ଠାରୁ ରାଉଳି ଅଭିମୁଖେ ଯିବା ସକାଶେ କିପରି ଅନୁମତି ମିଳିଥିଲା। ଉଭୟ ଷ୍ଟେସନ ମାଷ୍ଟରକୁ କିପରି ଟ୍ରାକ୍ ଡ୍ୟୁଟିରେ ଥିବା କର୍ମଚାରୀ କିମ୍ବା ରାତି ପେଟ୍ରୋଲିଂ ଡ୍ୟୁଟିରେ ଥିବା କର୍ମଚାରୀ ଜଣାଇଲେ ନାହିଁ। ଯଦି ଖୁଣ୍ଟରେ ଇଲେକ୍ଟ୍ରି ସଂଯୋଗୀ କରଣ ରହିଥାନ୍ତା ତାହେଲେ ସବୁଠାରୁ ଭୟଙ୍କର ଦୁର୍ଘଟଣା ହୋଇନଥାନ୍ତା କି, ଏତେସବୁ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଏହା ପାଇଁ ଦାୟି କିଏ ତାହା ଏବେ ସବୁଠାରୁ ବଡ ପ୍ରଶ୍ନା
ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ
ଏନେଇ ପୁର୍ବତଟ ରେଲୱେ ୱାଲଟିୟର ଡିଭିଜନ୍ର ଲୋକ ସଂପର୍କ ଅଧିକାରୀ ନିରାକାର ଦାଶ ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ବୋଲି କହିବା ସହ କାର୍ଯ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ ଦୃଷ୍ଠାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ଓ ଏଥିପାଇଁ ଏକ ତଦନ୍ତ ଟିମ୍ ଗଠନ କରାଯିବା ସହ ୱାଲଟିୟର ଡିଭିଜନ୍ର ଅତିରିକ୍ତ ମଣ୍ଡଳ ଅଧିକାରୀ କେଡି ରାଓ ଙ୍କୁ ରିପୋର୍ଟ ଦେବା ସକାଶେ କୁହାଯାଇଥିବା ସେ ପ୍ରକାଶ କରିଛନ୍ତିିା
ଫେସ୍ବୁକ୍ ପୋଷ୍ଟରୁ ଜଣାପଡ଼ିଲା ଘଟଣା
ହିରାଖଣ୍ଡ ଟ୍ରେନ୍ ପାଖାପାଖି ୫ ଘଣ୍ଟା ଟନେଲ୍ ଭିତରେ ଫସିରହିଥିବା ବେଳେ ଯାତ୍ରୀ ମାନଙ୍କ ଭିତରେ ଅନେକ ଆଶଙ୍କା ଯାତ ହେବା ସହ କିଛି ଛୁଆ ପିଲା ରାତିରେ କାନ୍ଦବୋବାଳି ମଧ୍ୟ ଆରମ୍ଭ କରିଦେଇଥିବା ଯାତ୍ରୀମାନେ ପ୍ରକାଶ କରିଥିଲୋ ଏପରିକି ଲକ୍ଷ୍ମୀପୁର ମହାବିଦ୍ୟାଳୟର ଅଧ୍ୟାପକ ଗିରିଜା ଚୌଧୁରୀ ରାତିର ଘଟଣାକୁ ସକାଳୁ ଫେସ୍ବୁକ୍ରେ ଅପଲୋଡ୍ କରିଥିଲେ।
ସାଧାରଣ ଜନତାଙ୍କ ଦାବି
ରାୟଗଡା ଷ୍ଟେସନ୍ରେ ମଧ୍ୟ ହିରାଖଣ୍ଡ ଟ୍ରେନ କେଉଁ ସମୟରେ ପହଞ୍ଚିବ ତାହାର ସଠିକ୍ ସୂଚନା ପ୍ରଦାନ କରାଯାଉନଥିବା ବେଳେ ରାତ୍ର ୧୦ଟା ପରିବର୍ତେ ପାହାନ୍ତିଆ ସାଢେ ୫ଟାରେ ପହଞ୍ଚିଥିଲାା ନିର୍ଧାରିତ ସମୟ ଠାରୁ ୭ଘଣ୍ଟା ବିଳମ୍ବ ଅର୍ଥାନ ଭୂବନେଶ୍ୱରରେ ସଖାଳ ସାଢେ ୮ଟା ପରିବର୍ତେ ମଙ୍ଗଳବାର ଅପରାହ୍ନ ୩ଟାରେ ପହଞ୍ଚିଥିଲାା ହିରାଖଣ୍ଡ ଭଳି ଟ୍ରେନ୍ରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଲକ୍ଷାଧିକ ଲୋକ ନିର୍ଭର କରୁଥିବା ବେଳେ ଯାତ୍ରୀ ପରିବହନକୁ ରେଳ ବିଭାଗ ଅଧିକ ଗୁରୁତ୍ୱ ପ୍ରଦାନ କରୁ ବୋଲି ସାଧାରଣରେ ମତ ପାଇଛିା