ଝାମ୍ପି ନେଲେ ସୁନା ଚେନ୍‌

ଜୟପୁର: ଜୟପୁର ଟାଉନଥାନା ଅନ୍ତର୍ଗତ ସନ୍ତୋଷୀ ମାଁ ନଗର ଅଞ୍ଚଳରେ ଜଣେ ମହିଳାଙ୍କ ଠାରୁ ଜଣେ ଦୁର୍ବୃତ ସୁନା ଚେନକୁ ଝାମ୍ପି ନେଇଛନ୍ତି। ଏନେଇ ମହିଳା ଜଣକ ଟାଉନ ଥାନାରେ ଅଭିଯୋଗ ଦେଇଛନ୍ତି। ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ମହିଳା ଜଣକ ନିଜ ଝିଅକୁ ଟିଉସନରୁ ଆଣି ଘରକୁ ଫେରୁଥିଲେ। ସେହି ସମୟରେ ସ୍ଥାନୀୟ ସନ୍ତୋଷୀ ମାଁ ମନ୍ଦିର ନିକଟରୁ ମହିଳାଙ୍କ ବେକରୁ ଜଣେ ଦୁର୍ବୃତ ସୁନା ଚେନକୁ ଝାମ୍ପି ନେଇ କିଛି ଦୂରରେ ଥିବା ନିଜ ସହଯୋଗୀଙ୍କ ବାଇକରେ ଚମ୍ପଟ ମାରିଥିଲେ। ଥାନାରେ ମହିଳାଙ୍କ ଅଭିଯୋଗ କ୍ରମେ ପାଟ୍ରୋଲିଂ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ।

ସମ୍ବନ୍ଧିତ ଖବର