କେନ୍ଦୁଝର: ଡକାୟତଙ୍କ ଆକ୍ରମଣରେ ଅଧ୍ୟାପକ ଆହତ, ହସ୍‌ପିଟାଲରେ ଭର୍ତ୍ତି

ଆନନ୍ଦପୁର: ଡକାୟତଙ୍କ ଆକ୍ରମଣରେ ଶନିବାର ଜଣେ ଅଧ୍ୟାପକ ଆହତ ହେବା ପରେ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ପିପିଲିଆ କଲେଜର ଅଧ୍ୟାପକ ସମୀର ସାହୁଙ୍କ ଘରକୁ ଡକାୟତମାନେ ଆଜି ସନ୍ଧ୍ୟାରେ ପ୍ରବେଶ କରି ଆକ୍ରମଣ କରିଛନ୍ତି। ପ୍ରତିରୋଧ କରିବାରୁ ଅଧ୍ୟାପକଙ୍କ ପୁଅ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ଘସିପୁରା ଶୈଳଙ୍ଗ ଛକରେ ଅଧ୍ୟାପକଙ୍କର ଘର ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ୬ ରୁ ୭ ଜଣ ଡକାୟତ ଆଜି ରାତି ୮ଟାରେ ଅଧ୍ୟାପକଙ୍କ ଘରକୁ ପହଂଚିଥିଲେ। ଡକାୟତମାନେ ଅଧ୍ୟାପକଙ୍କ ମୁଣ୍ଡଙ୍କୁ ଲକ୍ଷ୍ୟ କରି ଭୁଜାଲିରେ ଆକ୍ରମଣ କରିଛନ୍ତି। ଆହତ ସମୀରଙ୍କୁ ଆନନ୍ଦପୁର ଉପଖଣ୍ଡ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଂଚିଛି।

ସମ୍ବନ୍ଧିତ ଖବର