ଫୁଲବାଣୀ: ଗୁଣି ଗାରେଡି ସନ୍ଦେହରେ ହତ୍ୟା ଅଭିଯୁକ୍ତଦ୍ୱୟଙ୍କୁ ଆଜୀବନ କାରାଦଣ୍ଡ

ଫୁଲବାଣୀ: ଗୁଣିଗାରେଡି ସନ୍ଦେହରେ ୨୦୧୬ ମସିହା ମେ ୯ ତାରିଖ ରାତିରେ ଖଗେଶ୍ୱର କହଁର ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ଅଭିଯୋଗରେ ଆଜି ଫୁଳବାଣୀ ଜିଲ୍ଲା ଜଜ୍‌ ଜନାବ ମହମ୍ମଦ ଆଜମଲ ଅଭିଯୁକ୍ତ ପ୍ରାଣବନ୍ଧୁ କହଁର ଓ ରତ୍ନାକର କହଁରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ସୂଚନାଯୋଗ୍ୟ ଯେ ଗତ ୨୦୧୬ ମସିହା ମେ ୯ ତାରିଖ ଦିନ ପ୍ରାଣବନ୍ଧୁ କହଁରଙ୍କ ଘରେ ଏକ ମେଳାର ଅୟୋଜନ କରାଯାଇଥିଲା। ସେଠାକୁ ଖଗେଶ୍ୱର କହଁର ନ ଆସିବାରୁ, ଖଗେଶ୍ୱର ଗୁଣି ଗାରେଡି କରୁଥିବା ସନ୍ଦେହ କରି ଅଭିୁଚକ୍ତ ପ୍ରାଣବନ୍ଧୁ ଓ ରତ୍ନାକର ତାଙ୍କୁ ଘରୁ ଟାଣି ଆଣି କାଠ ଫାଳିଆରେ ପିଟି ପିଟି ମାରି ଦେଇ ଶବକୁ ଫିଙ୍ଗି ଘରକୁ ଚାଲି ଯାଇଥିଲେ। ପରଦିନ ସକାଳୁ ଖଗେଶ୍ୱରଙ୍କ ମୃତଦେହ ଗାଁ ମୁଣ୍ଡରେ ପଡ଼ିଥିବା ଜାଣି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପ୍ରାଣବନ୍ଧୁ ଓ ରତ୍ନାକରଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର