ମାଲକାନଗିରି/କାଲିମେଳା: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଲିମେଳା ଅଞ୍ଚଳର ଜଣେ ନାବାଳିକାକୁ ମୁର୍ମୂଷୁ ଅବସ୍ଥାରେ ଆଜି ମାଲକାନଗିରି ମେଡିକାଲରେ ଭର୍ତି କରାଯାଇଛି। ତେବେ ନାବାଳିକାଙ୍କ ସହ କ’ଣ ହୋଇଛି ଏବଂ ତାଙ୍କ ସହ କ’ଣ ହୋଇଛି ସେନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ। ଅନ୍ୟପକ୍ଷରେ କିଛି ବାଇକରେ ଆଣି ମେଡିକାଲରେ ଛାଡ଼ିଯିବା ଘଟଣା ସନ୍ଦେହ ସୃଷ୍ଟି କରିଛି। ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ଗତକାଲି ରାତିରେ ନାବାଳିକା ଜଣକ ହଠାତ୍ ଘରୁ ଉଭାନ ହୋଇଗଲେ। ପରିବାର ଲୋକ ଖୋଜାଖୋଜି କରିବା ସତ୍ତ୍ୱେ ସନ୍ଧାନ ପାଇ ନଥିଲେ। ଗତକାଲି ରାତିରେ ନାବାଳିକା ଜଣକ ଘର ନିକଟସ୍ଥ ଗୋଟିଏ ଗାତରେ ପଡ଼ିଥିଲେ ଏବଂ ନିକଟରେ କିଛି ଜମା ହୋଇ ରହିଥିଲେ। ସକାଳୁ ସକାଳୁ ସେହି ଯୁବକମାନେ ହିଁ ନାବାଳିକାକୁ ପ୍ରଥମେ କାଲିମେଳା ମେଡିକାଲରେ ଭର୍ତି କରିଥିଲେ। ତେବେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିବାରୁ ତୁରନ୍ତ ମାଲକାନଗିରି ଡାକ୍ତରଖାନାକୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ପୁଣି ସେହି ଯୁବକମାନେ ମଟର ସାଇକେଲ ଯୋଗେ ମାଲକାନଗିରି ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଛାଡି ଦେଇ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
କିନ୍ତୁ ଖବର ପାଇ ପରିବାର ଲୋକ ପହଞ୍ଚି ଯିବାରୁ କିଛି ହୋଇ ନଥିବା ଭଳି ମେଡିକାଲରେ ବୁଲିଥିଲେ। ପରବର୍ତୀ ସମୟରେ ସୁବିଧା ସୁଯୋଗ ଦେଖି ଯୁବକମାନେ ଚାଲି ଯାଇଥିଲେ। ଖବର ଲେଖା ହେବା ସୁଦ୍ଧା ନାବାଳିକାଙ୍କ ଚିକିତ୍ସା ଜାରି ରହିଥିଲା। ଅସଦାଚରଣ କରାଯାଇଛି ନା’ ନାହିଁ ସେନେଇ ଶେଷ ଖବର ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ। ପୁଲିସ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ମେଡିକାଲରେ ଛାଡ଼ି ଯାଇଥିବା ସମସ୍ତ ଯୁବକ ଏମଭି-୬୬ ଗ୍ରାମର ବୋଲି ନାବାଳିକାଙ୍କ ବାପା ଅଭଯୋଗ କରିଛନ୍ତି। ଘରେ ଜଣେ ନାବାଳିକା ରାତିରେ କେମିତି ଏକୁଟିଆ ବାହାରକୁ ଗଲେ। ତାଙ୍କ ସହ କ’ଣ ଏମିତି ହେଲା ଯେ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଗଲା ତାହାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ପରିବାର ଲୋକଙ୍କ କହିବା ଅନୁଯାୟୀ ଝିଅକୁ ଅପହରଣ କରାଯାଉଥିଲା। ଏହି ଘଟଣା ପଛରେ ବଡ ରହସ୍ୟ ରହିଥିବା ଚର୍ଚ୍ଚା ହେଉଛି। ପୁଲିସର ତଦନ୍ତ ପରେ ଘଟଣା ପଛରେ ରହିଥିବା ରହସ୍ୟ ପଦାକୁ ଆସିଯିବ ବୋଲି କୁହାଯାଉଛି।